କେନ୍ଦୁଝର : ଘସିପୁରା ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବେଧଡକ ଭାବେ ସ୍ପଷ୍ଟ ଦିବାଲୋକ ସାରା ରାତି ଲକ୍ଷ ଲକ୍ଷ ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଚାଲିଥିବା ବେଳେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଜାଣି ସୁଣି ନୀରବ କେଉଁ ସ୍ୱାର୍ଥରେ? ତାହା ଅଞ୍ଚଳ ବାସୀଙ୍କ ମଧ୍ୟରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇପଡିଛି। ଖବର ନେବାରୁ ଜଣା ଯାଇଛି ପଟିଲୋ ଜଙ୍ଗଲରୁ ଚୋରା ମାଙ୍କଡ଼ା ପଥର ଦିନ ରାତି ଅନବରତ ଭାବେ ଚୋରା ଚାଲାଣ ପାଇଁ ସ୍ପଷ୍ଟ ଦିବାଲୋକରେ ମାଫିଆ ମାନେ କାଟୁଥିବା ବେଳେ ପୋଲିସ ଓ ପ୍ରଶାସନ କୁ ଅବଗତ କରାଇବା ପରେ ମଧ୍ୟ ଚୋରା ଚାଲାଣ ସ୍ଥାନକୁ ଯାଉନଥିବା ଅଭିଯୋଗ ହେଉଛି। ଏହି ସ୍ଥାନରୁ ମାଙ୍କଡ଼ା ପଥର କଟା ଯାଇ ଯାଜପୁର ଜିଲ୍ଲା ଓ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି। ସେହି ବୋଲି ନୁଆ ଗାଁ ନିକଟସ୍ଥ ସହ ସହ ଏକର କାଜୁ ଜଙ୍ଗଲରୁ ଦିନ ରାତି ୨୪ଘଣ୍ଟା ମୋହରମ ଖୋଳା ଯାଇ ସହ ସହ ଟ୍ରିପ ଚୋରା ଚାଲାଣ ଚାଲିଛି। ରାଜସ୍ବ ଓ ପୋଲିସ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନେ ଜବତ କରିବାକୁ ଯାଉନଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ରାଜସ୍ବ ବିଭାଗ ପଟିଲୋ ଠାରେ ଥିବା ମାଙ୍କଡ଼ା ପଥର ଖଣି ଓ ନୁଆ ଗାଁ ରେ ଥିବା ମୋହରମ ଖଣି ଗୁଡିକୁ ସରକାର ଲିଜ ଆକାରରେ ଦେଲେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଆୟ ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହି ବ୍ୟତିତ ରାମଚନ୍ଦ୍ରପୁର ଅଞ୍ଚଳରେ ବିଭିନ୍ନ ନଦୀ ନାଳରୁ ବ୍ୟାପକ ଚୋରା ବାଲି ଚାଳାଣ ଚାଲିଥିବା ବେଳେ ପୋଲିସ କିମ୍ବା ରାଜସ୍ବ ବିଭାଗ ଜବତ କରିବାକୁ ଯାଉନଥିବା ଅଭିଯୋଗ ହେଉଛି। ଏହି ଦ୍ଵାରା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଥିବାରୁ କେନ୍ଦୁଝର ଜିଲ୍ଲାପାଳ ଏସପି ଆନନ୍ଦପୁର ଉପଜିଲ୍ଲାପାଳ ଘସିପୁରା ତହସିଲଦାର ଚୋରା ଚାଲାଣ ସ୍ଥଳକୁ ଯାଇ ୧୪୪ ଧାରା ଜାରି କରି ଏହି ଚୋରା ଚାଲାଣକୁ ବନ୍ଦ କରିବା ପାଇଁ ଅଞ୍ଚଳ ବାସୀଙ୍କ ଦାବି ହେଉଛି।
