ବେତନଟୀ : ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଖଇରବଣି ଛକ ନିକଟସ୍ଥ ରାଜା ଢ଼ାବା ନିକଟରେ ମଙ୍ଗଳବାର ରାତିରେ ରାସ୍ତା ପାର୍ଶ୍ଵସ୍ଥ ଡିଭାଇଡରକୁ ପିଟି ହେବ। ଜଣେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି l ମିଳିଥିବା ସୂଚନା ମୁତାବକ ସ୍ବର୍ଗତଃ ପ୍ରତାପ କବାଟ ଙ୍କ ପୁଅ ସୁମନ କବାଟ ଏକ ବାଳକ ଯୋଗେ ବୈଶିଙ୍ଗା ରୁ କାମ ସାରି ରହୁଥିବା ଗୋବିନ୍ଦପୁର ନିଜ ମାମୁଁ ଘରକୁ ଯାଉଥିବା ରାସ୍ତା ରେ ରାଜା ଢ଼ାବା ସାମ୍ନା ରେ ୧୮ ନଂ ଜାତୀୟ ରାଜପଥ ପାର୍ଶ୍ଵରେ କବା ଡିଭାଇଡର ରେ ଭାରସାମ୍ୟ ହରାଇ ପିଟିହୋଇ ତଳେ ପଡିଯାଇଥିଲା। ଏହି ପଡିଯିବାର ଦୃଶ୍ୟ ରାଜା ଢ଼ାବା ରେ ଲାଗିଥିବା ସିସି ଟିଭି ରେ କଏଦ ହୋଇଥିଲା l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ସୁମନ କୁ ବେତନଟୀ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ସୁଦ୍ଧା କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ l ତାଙ୍କର ନିଜ ଗ୍ରାମ ଖୁଣ୍ଟା ଥାନା ଅଧିନ ପଶୁଦା ଗ୍ରାମ ରେ ହୋଇଥିବା ବେଳେ ଖବର ପାଇ ତାଙ୍କ ବଡବାପା ଏବଂ ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ବଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲା ବୈଶିଙ୍ଗା ପୁଲିସ l ସୁମନ୍ତ ର ସଡ଼କ ଦୁର୍ଘଟଣା ରେ ମୃତ୍ୟର ଖବର ପଶୁଦା ଗ୍ରାମ ସହିତ ଗୋବିନ୍ଦପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି l
