କେନ୍ଦୁଝର : ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫେସର ବଦ୍ରିନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ ଓ କାର୍ଯ୍ୟ ଦକ୍ଷତାକୁ ଆସ୍ଥାପ୍ରକଟ କରି ବରୀଷ୍ଠ ବିଜେପି ଯୁବ ନେତା ଶ୍ରୀ ସଞ୍ଜୟ କୁମାର ଜେନା ବିଜେଡି ଦଳରେ ଯୋଗଦେଇଛନ୍ତି। ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନକୁ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଲୋକ ଲୋଚନକୁ ଆଣିବା ସହିତ ଚଳିତ ନିର୍ବାଚନରେ ବଦ୍ରି ପାତ୍ରଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ତାଙ୍କର ସଂଗ୍ରାମ ଜାରୀ ରଖିବେ ବୋଲି ସେ ଦୃଢ଼ ମତବ୍ୟକ୍ତ କରିଛନ୍ତି। ଶ୍ରୀ ଜେନା ଛାତ୍ର ଜୀବନରୁ ସାଂଗଠନିକ କାର୍ଯ୍ୟ ରେ ସଂପୃକ୍ତ ରହିଥିଲେ। ବଦ୍ରିବାବୁଙ୍କ ଲୋକପ୍ରିୟତା ବୃଦ୍ଧିକୁ ସେ ଭୂୟସୀ ପ୍ରଶଂସା କରିବା ସହିତ ଘଷିପୁରାର ଜଣେ ଦକ୍ଷ ଓ କାର୍ଯ୍ୟ ଦକ୍ଷତା ସଂପୂର୍ଣ୍ଣ ବ୍ୟକ୍ତିତ୍ଵକୁ ସୁପ୍ରବାହିତ ହୋଇ ବିଜେଡିରେ ଯୋଗଦେଇଥିଲେ। ଛାତ୍ର ଜୀବନରୁ ସେ ସଂଘର୍ଷ କରି ଡିଡି କଲେଜର ଛାତ୍ର ସଂସଦର ଉପସଭାପତି, ବିଜେପିର ବ୍ଲକ ସଭାପତି, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୦୭ରେ ଦରଡି ପାଳ ପଞ୍ଚାୟତର ସମିତି ସଭ୍ୟ ନିର୍ବାଚିତ ହୋଇଥିଲେ। ସେ ବିଜେଡି ଦଳରେ ଯୋଗଦେବାପରେ ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ଜିଲ୍ଲା ବିଜେଡି ସଭାପତି କୁଶ ଆପଟ ଜିଲ୍ଲା ବିଜେଡି ସଂପାଦକ ଦେବାଶିଷ ପାତ୍ର , ଶ୍ରୀ ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଓ ତାଙ୍କୁ ଦଳୀୟ ଉତ୍ତରୀୟ ପୁଷ୍ପଗୁଛ ପ୍ରଦାନ କରି ସ୍ବାଗତ କରିଛନ୍ତି।
