Odisha news

ଆଶ୍ଚର୍ଯ୍ୟ ହେଲେ ବି ସତ : ୪ ବାଛୁରି ଜନ୍ମ ଦେଇଥିବା ଗାଈକୁ ଦେଖିବାକୁ ଭିଡ

0

କେନ୍ଦ୍ରାପଡା ୧୧/୭- କେନ୍ଦ୍ରାପଡା ଜିଲ୍ଲା ବଗଡା ପଂଚାୟତର କଚେରୀପଡା ଗ୍ରାମରେ ପ୍ରକୃତିର ବିଚିତ୍ରତା ଦେଖିବାକୁ ମିଳିଛି । ଗୋଟିଏ ଗାଈ ଥରକେ ୪ଟି ବାଛୁରୀ ଜନ୍ମ ଦେଇଥିବା ଘଟଣା ସ୍ଥାନୀୟ ଅଂଚଳରେ କୈାତୁହଳ ସୃଷ୍ଟି କରିଛି । କଚେରୀପଡା ଗ୍ରାମର ବେଣୁଧର ଓଝାଙ୍କର ଗାଈ ଏକାଥରକେ ତିନୋଟି ଅଣ୍ଡିରା ବାଛୁରୀ ଓ ଗୋଟିଏ ମାଈ ବାଛୁରୀ ଜନ୍ମ ଦେଇଥିବା ପ୍ରଚାର ହେବାପରେ ସ୍ଥାନୀୟ ଅଂଚଳ ବହୁଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ । ତେବେ ଉଭୟ ଗାଈ ବାଛୁରୀ ୫ଜଣ ସୁସ୍ଥ ଥିବା ଜଣାପଡିଛି ।

Leave A Reply