Odisha news

କେନ୍ଦ୍ରାପଡା : କରୋନା ଯୋଦ୍ଧାଙ୍କୁ ସମ୍ବର୍ନ୍ଧନା କଲେ ଜିଲ୍ଲାପାଳ

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କରୋନା ସଂକ୍ରମଣ କଟକଣା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ହୋଇଥିବା ପଞ୍ଜିକରଣ କେନ୍ଦ୍ରରେ  ଉପସ୍ଥିତ ଥିବା ଜିଲ୍ଲା ପ୍ରଶାସନର ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ମାସ୍କ ଗ୍ଲୋବସ୍ ଓ ପୁଷ୍ପଗୁଚ୍ଛ ଦେଇ ଜିଲ୍ଲାପାଳ ସେମାନଙ୍କର କର୍ତବ୍ୟ ନିଷ୍ଠାକୁ ସମ୍ମାନ ଜଣାଇବା ସହ ସମ୍ବର୍ନ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସଂଯୋଜନା କରିଥିଲେ । ଦୀର୍ଘ ଦୁଇ ମାସ ହେବ ପ୍ରବାସୀ ମାନଙ୍କର ଜିଲ୍ଲାକୁ ଫେରିବା ଓ ବିଭିନ୍ନ ସଂଗରୋଧ ଶୀବିରକୁ ପଠାଇବା ଦାୟିତ୍ୱ ଏହି କର୍ମଚାରୀ ମାନଙ୍କ ଦ୍ୱାରା ୨୪ ଘଣ୍ଟିଆ ଡିୟୁଟିରେ ସମ୍ପାଦନ ହୋଇ ଆସୁଛି । ଜିଲ୍ଲାପାଳ ଶ୍ରୀ ବର୍ମା ସମସ୍ତ କର୍ମଚାରୀଙ୍କ ଉତମ ସ୍ୱାସ୍ଥ୍ୟ କାମନା କରିବା ସହ ଶୁଭେସôା ଜଣାଇଥିଲେ ।

Leave A Reply

Your email address will not be published.