କେନ୍ଦ୍ରାପଡା(Rabindra Dash) : ଶ୍ରୀ ବଳଦେବଜୀଉ ଦେବୋତ୍ତର ସସ୍ଥା ଦ୍ୱାରା ମନ୍ଦିର ନିକଟସ୍ଥ ନିଜସ୍ୱ ଜମିରେ ଆଠ ବଖରା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ (ଦୋକାନ ଗୃହ) ନିଜସ୍ୱ ପାଣ୍ଠିରେ ନିର୍ମାଣ କରାଯାଇଛି । ୨୦୧୯ ମସିହାରେ ଏହି ମାର୍କେଟ କମ୍ପ୍ଲେକ୍ସର ଶୁଭ ଦିଆଯାଇଥିଲା । ସେହି ମାର୍କେଟ କମ୍ପ୍ଲେକ୍ସକୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଏହି ଉଦଘାଟନୀ ଉସôବରେ ଟ୍ରଷ୍ଟ ବୋର୍ଡର ସଭ୍ୟ ଧିରେନ କୁମାର ସାହୁ, ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି, ଯଯାତି କେଶରୀ ମହାନ୍ତି ଓ ବଳଦେବଜୀଉ ଦେବୋତ୍ତର ସସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉସôବରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ମହେନ୍ଦ୍ର ମିଶ୍ର, ପ୍ରଦିପ୍ତ ମହାନ୍ତି, ଦେବଦାସ ମହାନ୍ତି, ରୋସ୍ନା ସାହୁ, କାଳୀ ପ୍ରସାଦ ମିଶ୍ର, ପ୍ରକାଶ ପରିଡା, ହିରଣ୍ୟ ପଣ୍ଡା, ମଙ୍ଗଳ ବରଣ ସିଂହ, ବିଜୟ ପତି, ରେବତି ରମଣ ଦାସ, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।