କେନ୍ଦ୍ରାପଡା, ୫/୧୧ (Rabindra Dash) : – କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ବୁଧବାର ମଧ୍ୟାହ୍ନରେ ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ସେହି ସମ୍ମିଳନୀରେ ମୁଖ୍ୟତଃ କେନ୍ଦ୍ରାପଡା ସହରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ସମସ୍ୟା ସମ୍ପର୍କରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ବିଧାୟକ ଶ୍ରୀ ବେହେରା ।
ପୈାରାଚଂଳର ମହାଭୋଇ ପୋଖରୀର ପୁନରୁଦ୍ଧାର, ସହରର ମୁଖ୍ୟ ରାସ୍ତା ମରାମତି, ପୈାରାଚଂଳରେ ସୁନିୟନ୍ତ୍ରୀତ ଡ୍ରେନେଜ ବ୍ୟବସ୍ଥା, ଶ୍ୟାମଗୁଡିଆ ଠାରେ ନିର୍ମାଣଧିନ ମେଡିକାଲର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ, କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା, ବର୍ଷାଦିନେ ସହରର ଅଧିକାଂଶ ସ୍ଥାନରେ ଉଦବୃତ୍ତ ଜଳ ନିଷ୍କାସନ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରାଯିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ବିଧାୟକ ଶ୍ରୀ ବେହେରା ଏସବୁ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ବିଧାୟକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।
