କେନ୍ଦ୍ରାପଡା, ୫/୧୧(Rabindra Dash) : – ସମସ୍ତ ପେନସନ ଭୋଗୀ ବିନା ଆଧାରରେ ଆଉ ପେନସନ ପାଇପାରିବେ ନାହିଁ । କୋଭିଡ-୧୯ ପରବର୍ତ୍ତୀ ସ୍ଥିତିରେ ସମସ୍ତ ପେନସନ ଭୋଗୀଙ୍କୁ ସେମାନଙ୍କ ଆଧାର ନମ୍ବର ନିର୍ଦ୍ଦିଷ୍ଟ ପୋଟାଲରେ ସଂଯୋଗ କରିବା ଆବଶ୍ୟକ । ଏଥି ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚଳିତ ନଭେମ୍ବରମାସ ୩ତାରିଖରେ ଓସୱାନ ପ୍ଲାଟଫର୍ମ ମାଧ୍ୟମରେ ଏହାର ଏକ ସମୀକ୍ଷା ବୈଠକ କରିଥିଲେ ।
ବିଭାଗୀୟ ଶାସନ ସଚିବ ଚଳିତମାସ ଶେଷ ସୁଧା ବିନା ଆଧାରରେ ପେନସନ ଭୋଗୀଙ୍କ ତଥ୍ୟ ସଂଗ୍ରହକରି ଓକାକ ମାଧ୍ୟମରେ ଠିକ କରିବାକୁ ନିର୍ଦେଶ ଦେଇଥିଲେ । ତଦନୁଯାଇ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରସଂସ୍ଥା ଗୁଡିକୁ ଏହାର ରୂପାୟନ ପାଇଁ ନିର୍ଦେଶ ଦେବା ସହ ଘରେ ପଡିରହିଥିବା ଭିନ୍ନକ୍ଷମ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ପ୍ରଦାନ କରିଛନ୍ତି ।
ଜିଲ୍ଲାପାଳଙ୍କ ନିର୍ଦେଶ ମତେ ଏହି କାର୍ଯ୍ୟକ୍ରମ ବୁଧବାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ତଥା ଜିଲ୍ଲା ଇ-ଗଭରନାନ୍ସ ମ୍ୟାନେଜର ଜ୍ଞାନରଞ୍ଜନ ସେଠୀଙ୍କ ସହଯୋଗରେ ଡେରାବିଶି ବ୍ଲକର ଆଧାର କେନ୍ଦ୍ର ସଂଚାଳକ ଉପେନ୍ଦ୍ର କୁମାର ସିଂଙ୍କ ଦ୍ୱାରା ଚାନେ୍ଦାଳ ପଂଚାୟତର ଖର୍ଦ୍ଧାସାହି ଗ୍ରାମର ଗତ ୨୦୧୧ମସିହାରୁ ଗୋଟିଏ ସ୍ଥାନରେ ପଡିରହିଥିବା ବିଦ୍ୟାଧର ଜେନାଙ୍କ ଭିନ୍ନକ୍ଷମ ପୁତ୍ର ସଞ୍ଜୟ ଜେନାଙ୍କ ଆଧାର କାର୍ଡ ତାଙ୍କ ଘରେ ପହଁଚି କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।
ପର୍ଯ୍ୟାୟ କ୍ରମେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୈାରାଂଚଳରେ ଥିବା ଆଧାର ଟିମ ଗୁଡିକ ଘରୁ ଉଠିପାରୁନଥିବା ଏଭଳି ବୟସ୍କ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆଧାର କାର୍ଡ କରାଇବାର ପ୍ରୟାସ କରିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଯାହା ଦ୍ୱାରାକି ଶତ ପ୍ରତିଶତ ଆଧାର ପ୍ରସ୍ତୁତ ଓ ଉପଲବ୍ଧ ହେବା ସହଜ ହୋଇପାରିବ ।
