Odisha news

କେନ୍ଦ୍ରାପଡା ବ୍ଲକ ମିଶନ ଶକ୍ତି ମହିଳା ମହାସଙ୍ଘ କାର୍ଯ୍ୟାଳୟ ଉଦଘାଟିତ

0

କେନ୍ଦ୍ରାପଡା, ୫/୧୧(Rabindra Dash) – କେନ୍ଦ୍ରାପଡା ବ୍ଲକ ମିଶନଶକ୍ତି ମହିଳା ମହାସଙ୍ଘ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ନୂତନ ଭାବେ ଯୋଗଦେଇଥିବା ମଣ୍ଡଳ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ମହାସଙ୍ଘ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ବ୍ଲକ ମହିଳା ମହାସଙ୍ଘର ସଭାନେତ୍ରୀ ବାସନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ବ୍ଲକ ମିଶନଶକ୍ତି ସଂଯୋଜକ ବିକାଶ ଚନ୍ଦ୍ର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଏହାର ଉଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ମହାସଙ୍ଘର ସଭ୍ୟାମାନେ ମିଶନଶକ୍ତି ଉପରେ ଆଧାରିତ ଏକ ସଂଗୀତ ଗାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ ଯୋଗଦେଇ କହିଥିଲେ ଯେ ଦୀର୍ଘଦିନର ଅପେକ୍ଷା ପରେ ମହାସଙ୍ଘକୁ ଏକ କାର୍ଯ୍ୟାଳୟ ଯୋଗାଇ ଦିଆଯାଇଛି । ସେମାନେ ଏହି କାର୍ଯ୍ୟାଳୟରେ ବସି ବ୍ଲକର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠିକୁ ନେଇ ସଠିକ ଭାବରେ ନିଜର ଦାୟୀତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ସମସ୍ତେ ଏକମନ ହୋଇ କାର୍ଯ୍ୟ କଲେ ସମାଜର ସାମୁହିକ ବିକାଶ ସହ ସେମାନଙ୍କର ମଧ୍ୟ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

Nalco
Leave A Reply