କେନ୍ଦ୍ରାପଡା : ମାନବ ସୁରକ୍ଷାଜନ ଜାଗରଣ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସମ୍ବର୍ନ୍ଧନା ଦିଆଯାଇଛି । ସଂଗଠନର ସଦସ୍ୟ ମାନେ ସୋମବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟରେ ପହଁଚି କରୋନା ମହାମାରୀ ସଂକ୍ରମଣ ନିୟନ୍ତ୍ରଣରେ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ କରୋନା ଯୋଦ୍ଧା ଭାବେ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ନ୍ଧତ କରିଥିଲେ । ରାଜ୍ୟ ସାଧାରଣ ସଂପାଦକ ରତୀ ରଞ୍ଜନ ପଟ୍ଟାନାୟକ ସଂପାଦକ ପ୍ରସାଦ ସାମନ୍ତରାୟ, ଜିଲ୍ଲା ସଂପାଦକ ଅଲେଖ ନାଥ ଶର୍ମା , ହିମାଂଶୁ ମହାନ୍ତି, ଆଜାଦ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।