ଶ୍ରୀଜଗନ୍ନାଥଙ୍କୁ କେବଳ ହିନ୍ଦୁ ଓ ଓଡ଼ିଆମାନେ ପୂଜା କରିନାହାନ୍ତି । ବିଭିନ୍ନ ଧର୍ମ, ସଂପ୍ରଦାୟ ଓ ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ତାଙ୍କୁ ଆରାଧନା କରାଯାଇଛି । ଅସଂଖ୍ୟ ଭକ୍ତ ଓଡ଼ିଶା ବାହାରୁ ତାଙ୍କ ପାଖକୁ ଧାଇ ଆସିଛନ୍ତି । ସେମାନଙ୍କ ମଧ୍ୟରେ- ଶ୍ରୀଚୈତନ୍ୟ, ଗଣପତି ଭଟ୍ଟ, ଗୁରୁ ନାନାକ, ତୁଳସୀ ଦାସ, ଭକ୍ତ ହରିଦାସ, ରଘୁ ଅରକ୍ଷିତ, କୁରୁକ୍ଷେତ୍ର ନିବାସୀ ପୁଣ୍ଡରୀକ ଓ ଅମ୍ବରୀଷ, ମହେନ୍ଦ୍ର ପର୍ବତରେ ଧ୍ୟାନରତ ଥିବା ଭକ୍ତ ମନୋହର ଦାସ, ଦକ୍ଷିଣ ଦେଶରେ ଜନ୍ମ ହୋଇଥିବା ଆଲ୍ଲବନ୍ଦାରାଚାର୍ଯ୍ୟ, ସୈନ୍ୟଗଡ ନାମକ ରାଜ୍ୟର ଅଙଗଦସିଂହ, ମହାପାତ୍ର କତୁର, ବଙ୍ଗଦେଶର ନୀଳାମ୍ବର ଦାସ, ରାଜଧାନୀ ଦିଲ୍ଲୀ ସହରର ପରମେଷୀଦର୍ଶୀ ମହାରାଷ୍ଟ୍ରର କର୍ମାବାର, ନାଗାର୍ଜୁନ କୋଣ୍ଡାର ଭକ୍ତ ଗୋପାଳ ଭଟ୍ଟ, କାନ୍ୟକୁବ୍ଜର ଭକ୍ତ ମାଧବ ଦାସ, ପଶ୍ଚିମ ଦେଶର ଭକ୍ତ ରଘୁଦାସ, ଦିଲ୍ଲୀ ସହର ନିକଟବର୍ତ୍ତୀ ଜୟନଗର ରାଜ୍ୟର ରାଜା ଜୟସିଂହଙ୍କ କନ୍ୟା ବିଷ୍ଣୁପି୍ରୟା, ମିଥିଳାର ମହାନ୍ ତାର୍କିକ ଉଦୟନାଚାର୍ଯ୍ୟ, ପ୍ରସିଦ୍ଧ ତାନ୍ତ୍ରୀକ କର୍ଣ୍ଣାମ ଗିରି, ଭକ୍ତ ଇନ୍ଦ୍ରସ୍ୱାମୀ ଭକ୍ତ ରଘୁବରଦାସ ହାଇଦ୍ରାବାଦର ଜଗତସେଠ୍ । ଅବନ୍ତୀର ମହାରାଜ ଇନ୍ଦ୍ରଦୁ୍ୟମ୍ନ, ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଓ ତାଙ୍କର ଶିଷ୍ୟ ଆଚାର୍ଯ୍ୟ ପଦ୍ମପାଦ, ପାତିଆହାର ପଙ୍ଗୁବ୍ରାହ୍ମଣ, ଦକ୍ଷିଣ ଦେଶର ମହାନ ସାଧନ ରାମାନୁଜାଚାର୍ଯ୍ୟ, କାଶୀର ଆଚାର୍ଯ୍ୟ ରାମାନନ୍ଦ, ଗୁଜୁରାଟର ମୁଚୁକୁନ୍ଦ ଗୋସାଇଁ, ଏମାନେ ସମସ୍ତେ ଉଲଳ ଗହାରୁ ଜଗନ୍ନାଥଙ୍କ ପାଖକୁ ଆସିଛନ୍ତି ଓ ତାଙ୍କର ଭାବନାରେ ମୁଗ୍ଧ ହୋଇ ପରମଭକ୍ତ ପାଲଟି ଯାଇଛନ୍ତି । ଏମାନଙ୍କ ବ୍ୟତୀତ ବ୍ରାହ୍ମଣ ନହୋଇକ, ଭକତଦାସୀଆ ବାଉରୀ, ଭକ୍ତ ବଳରାମ ଦାସ ଓ ଜନେନକ ସାଲବେଗ ଜଗନ୍ନାଥଙ୍କ ଅଶେଷ କୃପା ଲାଭ କରି ଭକ୍ତ ଭାବରେ ପ୍ରସିଦ୍ଧ ହୋଇଛନ୍ତି ।
ଏବଂ ସମୁଦ୍ରରେ ଜାହାଜ ନେଇ ଯାଉଥିବା ଅବସ୍ଥାରେ ପ୍ରବଳ ସାମୁଦି୍ରକ ବାତ୍ୟା ଓ କରାଟ ତିମିଙ୍ଗଳର ହାବୁଡରେ ପଡି ଜଗନ୍ନାଥଙ୍କୁ ସ୍ମରଣ କରିଛନ୍ତି ଫରାସୀ ନାବିକ କ୍ୟାପଟେନ୍ କଟୋ । ମାତ୍ର ଜଗନ୍ନାଥଙ୍କ ସ୍ମରଣରେ ବାତ୍ୟା ଅପସରିଯାଇଛି । ସେ ଉଦ୍ଧାର ପାଇଛନ୍ତି ଓ ପଣ୍ଡିଚେରୀ ଗିର୍ଜାକୁ ଯାଉଥିବା କରାଟକାୟ ତାଣ୍ଡି ଓ ରତ୍ନଖଣ୍ଡମାନ ଜଗନ୍ନାଥଙ୍କ ପାଦପଦ୍ମରେ ସମର୍ପଣ କରିଛନ୍ତି ।
ତେଣୁ ଜଗନ୍ନାଥ ସର୍ବଧର୍ମର ସମନ୍ୱୟ । ସେ ଜଗତର ନାଥ ଜଗନ୍ନାଥ ।
ଶ୍ରୀମନ୍ଦିର ଉପରେ ଆକ୍ରମଣ
୧. ମାଦଳା ପାଞ୍ଜି ଅନୁସାରେ ଶୋଭନଦେବଙ୍କ ରାଜତ୍ୱକାଳରେ ରକ୍ତବାହୁ ସମୁଦ୍ର ପଥରେ ଆସି ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଆଗରୁ ଖବର ପାଇ ସେବାୟତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପ୍ରଥମେ ଶଗଡ ଓ ପରେ ନାଆରେ ମହାନଦୀରେ ନେଇ ସୂବର୍ଣ୍ଣପୁରରେ ରଖିଥିଲେ । ରକ୍ତବାହୁ ଖବର ପାଇବା ଜାଣି ସେଠାରେ ଗୋଟିଏ ଗାତ ଖୋଳି ବିଗ୍ରହମାନଙ୍କୁ ପାତାଳୀ କରିଦେଲେ । ୧୪୪ ବର୍ଷ ଶ୍ରୀମନ୍ଦିର ଶୂନ୍ୟ ରହିଲା । ୯ମ ଶତାବ୍ଦୀରେ ମଧ୍ୟ ଭାଗରେ, ଯଯାତି କେଶରୀ ଶଙ୍କରାଚାର୍ଯ୍ୟଙ୍କ ସହାୟତାରେ ଜୀର୍ଣ୍ଣ ବିଗ୍ରହମାନଙ୍କୁ ଉଦ୍ଧାର କଲେ । ପୁନର୍ବାର ନୂତନ ବିଗ୍ରହ ଗଢ଼ାଇ, ବ୍ରହ୍ମ ସଂସ୍ଥାପନ କରି ରତ୍ନ ସିଂହାସନରେ ବିଜେ କରାଇଲେ । ଶ୍ରୀମନ୍ଦିର ଅବସ୍ଥା ଜରାଜୀର୍ଣ୍ଣ ଥିବାରୁ ଯଯାତି କେଶରୀ ୩୨ ହାତ ପୋଟଳ ବସାଇଲେ ବୋଲି ମାଦଳା ପାଞ୍ଜି ମତ ।
୨. ଭାନୁଦେବଙ୍କ ମୃତୁ୍ୟ ପରେ ତାଙ୍କ ପୁତ୍ର ୩ୟ ନରସିଂହଦେବଙ୍କ ସମୟରେ ୧୩୪୦ ଖ୍ରୀଷ୍ଟାବ୍ଦ ପରେ ବଙ୍ଗ ସୁଲତାନ ଇଲିୟସ ଶାହା ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ବହୁ ଧନରତ୍ନ ଲୁଣ୍ଠନ କରିଥିଲେ । ମାତ୍ର ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହମାନେ ଅକ୍ଷୁର୍ଣ୍ଣ ରହିଥିଲେ ।
୩. ଗଙ୍ଗବଂଶର ରାଜା ୩ୟ ଭାନୁଦେବଙ୍କ ସମୟରେ ଫିରୋଜ ଶାହା ତୋଗଲକ ଶ୍ରୀମନ୍ଦିର ଆକ୍ରମଣ କରି ଲୁଣ୍ଠନ କରିଥିଲେ । ଅନେକ ଏ୍ୟ÷ତିହାସିକ ଏହାକୁ ୧୩୫୮ ଖ୍ରୀଷ୍ଟାବ୍ଦ ବୋଲି ମତ ଦିଅନ୍ତି । ସେ ଓଡ଼ିଶାର ଉତ୍ତରଦିଗରୁ ଆକ୍ରମଣ କରି କେତେକ ବିଶ୍ୱାସଘାତକଙ୍କ ସହାୟତାରେ ବିଡ଼ାନାସୀରେ ପ୍ରବେଶ କଲେ । ଭାନୁଦେବ ନଗର ଛାଡ଼ି ଚାଲିଯିବାରୁ ସେ ଅନେକ ମନ୍ଦିର ଓ ଦେବେଗ୍ରହ ନଷ୍ଟ କଲେ । ୭୩ଟି ହାତୀ ପିଠିରେ ଅମାପ ଧନରାଶି ଲୁଣ୍ଠନ କରି ସେ ଦିଲ୍ଲୀ ଫେରିଯାଇଥିଲେ ।
୪. ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ୧୫୦୯ ଖ୍ରୀଷ୍ଟାବ୍ଦରେ ଇସମାଇଲ ଗାଜି ଓଡ଼ିଶା ଆକ୍ରମଣ କରିଥିଲେ । ପ୍ରତାପରୁଦ୍ର ସେତେବେଳେ ଦକ୍ଷିଣ ଓଡ଼ିଶାରେ ଅବସ୍ଥାନ କରୁଥିଲେ । ଠିକ୍ ସେତିକିବେଳେ ଇସମାଲ ଗାଜି ପୂର୍ବ ଦିଗରୁ ଆକ୍ରମଣ କରି ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ଲୁଣ୍ଠନ ଚଳାଇଥିଲେ । ପ୍ରତାପରୁଦ୍ର ଦାକ୍ଷିଣାତ୍ୟରୁ ଫେରିଆସି ଇସମାଇଲ ଗାଜି ସହ ଯୁଦ୍ଧ କରି ତାଙ୍କୁ ଓଡ଼ିଶାରୁ ତଡ଼ିଦେଲେ । ଆକ୍ରମଣର ସମ୍ବାଦ ପାଇ ସେବାୟତମାନେ ଶ୍ରୀବିଗ୍ରହମାନଙ୍କୁ ଆଗରୁ ସ୍ଥାନାନ୍ତର କରିସାରିଥିଲେ ।
୫. ୧୫୧୦ ଖ୍ରୀଷ୍ଟାବ୍ଦ ବେଳକୁ ଓଡ଼ିଶାର ରାଜନୈତିକ ଅବସ୍ଥା ବିପର୍ଯ୍ୟସ୍ତ । ବିଦ୍ରୋହୀ ରାମଚନ୍ଦ୍ର ଭଞ୍ଜ ଓ ଅନ୍ୟ କେତେକଙ୍କ ଯୋଗୁଁ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କୁ ହତ୍ୟା କରାଗଲା । ସେହି ସମୟରେ ବଙ୍ଗଳାର ନବାବ୍ ସୁଲେମାନ୍ଙ୍କର ରାଣୀଙ୍କ ସେନାପତି କଳାପାହାଡ ଓଡ଼ିଶା ଆକ୍ରମଣ କରି ଅନେକ ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ଅସଂଖ୍ୟ ହିନ୍ଦୁଙ୍କୁ ହତ୍ୟା କରି ଧନରତ୍ନ ଲୁଣ୍ଠନ କଲା । ଆକ୍ରମଣ ଖବର ପାଇ ସେବକମାନେ ମହାପ୍ରଭୁଙ୍କୁ ନେଇ ଚିଲିକା ମୁହାଣ ପାର କରାଇ ଛପଲିହାତୀ ପଡାରେ ଲୁଚାଇ ରଖିଲେ । ଏ ଖବର କଳାପାହାଡ ପାଇନଥିଲା । ମାତ୍ର କୋକଲଗଡର ନାୟକ ଦାନପାତ୍ର ବିଶ୍ୱାସଘାତକତା କରି କଳାପାହାଡର ପି୍ରୟ ହେବା ପାଇଁ, ପାହାନ୍ତା ସମୟରେ କଳାପାହାଡକୁ ମୁହାଣ ପାର କରାଇ ଶ୍ରୀ ବିଗ୍ରହ ଗୋପନ ରହିଥିବା ସ୍ଥାନର ଠିକଣା ଦେଲା । କଳାପାହାଡ ଶଗଡରେ ବିଗ୍ରହମାନଙ୍କୁ ନେଇ ଗଙ୍ଗା କୂଳରେ ପୋତିଲା । ମାତ୍ର ସମ୍ପୂର୍ଣ୍ଣ ଦଗ୍ଧ ନହେବାରୁ ଅର୍ଦ୍ଧଦଗ୍ଧ ପିଣ୍ଡକୁ ଗଙ୍ଗାରେ ଫିଙ୍ଗିଦେଲା । କୁଜଙ୍ଗଗଡର ବଙ୍ଗର ମହାନ୍ତି ଗଙ୍ଗାରେ ପଶି ବ୍ରହ୍ମଙ୍କୁ ନେଇ କୁଜଙ୍ଗ ଚାଲିଆସିଲେ । ରାଜା ରାମଚନ୍ଦ୍ରଦେବଙ୍କ ରାଜତ୍ୱ ସମୟରେ ନବକଳେବର ହୋଇ ବ୍ରହ୍ମ ସ୍ଥାପନ ସହ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରରେ ବିଜେ କଲେ ।
୬. ୧୫୯୨ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ସୁଲେମାନ ଓ ଓସମାନ୍ ଉଭୟ ମିଶି ଅନେକ ଲୋକଙ୍କୁ ହତ୍ୟାକରି ଶ୍ରୀମନ୍ଦିର ଲୁଣ୍ଠନ କରିଥିଲେ ଏହି ଖବର ଦିଲ୍ଲୀର ତତ୍କାଳୀନ ବାଦଶାହ ଆକବର ଜାଣି ମାନସିଂହଙ୍କୁ ଓଡ଼ିଶା ପଠାଇଲେ ଆକ୍ରମଣ ଦମନ କରିବାକୁ ପଠାଇଲେ । ମାନସିଂହ ଓଡ଼ିଶାରେ ପହଞ୍ଚô ବିଦ୍ରୋହ ଦମନ କଲେ ।
୭. ୧୬୦୧ରେ ବଙ୍ଗଳାର ସୁଗଦାର ଇସଲାମଖାଁଙ୍କ ସେନାପତି ମିର୍ଜା ଖୁରୁମ ପୁରୁଷୋତ୍ତମ ଦେବଙ୍କ ୮ମ ଅଙ୍କରେ ଶ୍ରୀମନ୍ଦିର ଆକ୍ରମଣ କରିଥିଲେ । ସେବକମାନେ ଆକ୍ରମଣ ଆଗରୁ ବିଗ୍ରହମାନଙ୍କୁ ପୁରୀ ନିକଟସ୍ଥ କପିଳେଶ୍ୱରପୁର ଗ୍ରାମକୁ ସ୍ଥାନାନ୍ତର କରି ପଞ୍ଚମୁଖୀ ଗୋସାଣୀଙ୍କ ମନ୍ଦିରରେ ଲୁଚାଇ ରଖିଥିଲେ । ଖୁରୁମ୍ ଶ୍ରୀମନ୍ଦିର ଆକ୍ରମଣ କରି ବିଗ୍ରହମାନଙ୍କୁ ନପାଇ ଧନରତ୍ନ ଲୁଣ୍ଠନ କରି ଚାଲିଯାଇଥିଲା ।
୮. ପୁରୁଷୋତ୍ତମ ଦେବଙ୍କ ୧୪ ଅଙ୍କରେ ଅର୍ଥାତ୍ ୧୬୦୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ସୁଗଦାର ହାସିମଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ମହାପ୍ରଭୁଙ୍କୁ ସେବକମାନେ ନେଇ ଖୋର୍ଦ୍ଧାର ଗୋପାଳ ଦେଉଳରେ ଲୁଚାଇ ରଖିଥିଲେ । ହାସିମ୍ ଖାଁ ଆକ୍ରମଣ କରି ଅନେକ ଲୁଣ୍ଠିତ ଦ୍ରବ୍ୟ ନେଇ କଟକ ଚାଲିଯାଇଥିଲା । ୧୬୦୮ ଖ୍ର୍ରୀଷ୍ଟାବ୍ଦରେ ଗଜପତି ଶ୍ରୀ ବିଗ୍ରହମାନଙ୍କୁ ଆଣି ମନ୍ଦିରରେ ସ୍ଥାପନ କରିଥିଲେ ।
୯. ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କାଳରେ ୧୬୧୦ ଖ୍ରୀଷ୍ଟାବ୍ଦରେ କଟକ ସୁଗଦାର ହାସିମ୍ଖାଁଙ୍କ ପ୍ରଧାନ ଅଧିକାରୀ ହିନ୍ଦୁ କେଶୋଦାସ ମାରୁ ଶ୍ରୀମନ୍ଦିର ଆକ୍ରମଣ କରିଥିଲେ । ରଥଯାତ୍ରା ସମୟ । ଗଜପତି ଖୋର୍ଦ୍ଧା ରାଜବାଟୀରେ ଥିଲେ । ରଥ ତିନୋଟି ଗୁଣ୍ଡିଚା ମନ୍ଦିର ପାଖରେ ଥିଲା । ତୀର୍ଥଯାତ୍ରୀ ବେଶରେ କେଶୋଦାସ ଓ ତାର ସୈନ୍ୟମାନେ ପୁରୀରେ ପହଞ୍ଚô ରଥ ତିନୋଟି ପୋଡିଦେଲେ । ସେବାୟତ ଓ ଲୋକମାନଙ୍କୁ ମାରିଲେ । ଶ୍ରୀମନ୍ଦିର ଭିତରେ ରହି ଲୁଣ୍ଠନ ଚଳାଇଲେ । ଗଜପତି ଖବର ପାଇ ସୈନ୍ୟବାହିନୀ ସହ ଆସି ଚାରିଆଡୁ ମନ୍ଦିର ଅବରୋଧ କଲେ । କିଛିଦିନ ଭିତରେ ମନ୍ଦିର ମଧ୍ୟରେ ରହି କେଶୋଦାସ ଆତ୍ମସମର୍ପଣ କରିବା ଅବସ୍ଥାକୁ ଆସିବା ଆଗରୁ ବଙ୍ଗ ସୁବଦାର ଇସଲାମଖାଁଙ୍କ ପାଖରେ ଖବର ପହଞ୍ଚô ଯାଇଥିଲା । ସେ ଖ୍ୱାଜା ତହିର ମହ୍ମମଦ ବକ୍ସି ନାମକ ଜଣେ ସେନାପତିଙ୍କୁ ହାସିମ ଖାଁଙ୍କ ପାଖକୁ ପଠାଇଲେ । ଏକ ବିଶାଳ ସୈନ୍ୟବାହିନୀ ସହ ଭାସିମ ଖାଁ, ଖ୍ୱାଜା ତହିର ମହମ୍ମଦ ବକ୍ସି, ପୁରୁଷୋତ୍ତମ ଦେବଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଯୁଦ୍ଧର ଅବସ୍ଥା ଦେଖି ମନ୍ତ୍ରୀ ଦାସ ବିଦ୍ୟାଧରଙ୍କ ପରାମର୍ଶରେ ପୁରୁଷୋତ୍ତମ ଦେବ ସନ୍ଧି କରିବାକୁ ବାଧ୍ୟ ହେଲେ । ସନ୍ଧିର ସର୍ତ୍ତ ଅନୁଯାୟୀ ଅନେକ ଧନରତ୍ନ ନେଇ ହାସିମ ଖାଁ ଓ କେଶୋଦାସ ମାରୁ ଫେରିଗଲେ ।
୧୦. ୧୬୧୧ରେ କ୍ୟାଣ ମଲ୍ଲ ଓଡ଼ିଶାର ସୁବଦାର ହୋଇ ଆସିଲେ । ମାଦଳା ପାଞ୍ଜି ହିସାବରେ ଗଜପତି ପୁରୁଷୋତ୍ତମ ଦେବଙ୍କ ୧୭ ଅଙ୍କରେ ଅର୍ଥାତ ୧୬୧୧ରେ ଶ୍ରୀମନ୍ଦିର ଓ ଖୋର୍ଦ୍ଧା ରାଜ୍ୟ ଉପରେ ଆକ୍ରମଣ କଲେ । ଏହି ଯୁଦ୍ଧରେ ସେ କପଟତା ଆଚରଣ କରି ଦାସ ବିଦ୍ୟାଧର ଓ ୧୬ଜଣ ସେନାପତିଙ୍କୁ ହତ୍ୟା କଲେ । ଆକ୍ରମଣ ପୂର୍ବରୁ ସେବକମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ସ୍ଥାନାନ୍ତର କରି କଲିନାର ମହିଷାନାସି ଠାରେ ଲୁଚାଇ ରଖିଥିଲେ । ସେଠାରେ କପଦର ଆଶଙ୍କା କରି ବାଣପୁର ଠାରେ ରଖିଲେ । ଏହି ଯୁଦ୍ଧରେ ପୁରୁଷୋତ୍ତମ ଦେବ ହାରି ସନ୍ଧି କଲେ । ସନ୍ଧିର ସର୍ତ୍ତ ସ୍ୱରୂପ ୩ଲକ୍ଷ ଟଙ୍କା, ଶେଷ ନାଗ ନାମକ ହସ୍ତୀଙ୍କୁ କଲ୍ୟାଣ ମଲ୍ଲକୁ ଦିଆଗଲା ଓ ଗଜପତି ବ୍ୟକ୍ତିଗତ ଭାବରେ ହାଜର ହେଲେ ।
ଏହାର ଗୋଟିଏ ବର୍ଷ ପରେ ଗଜପତିଙ୍କ ୧୮ ଅଙ୍କରେ ଅର୍ଥାତ୍ ୧୬୧୨ ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ୍ଲ ଦ୍ୱିତୀୟବାର ଆକ୍ରମଣ କରିଥିଲେ ଲୁଣ୍ଠନ ଆଶାରେ । ମାତ୍ର ଭତୁଆ ପାଇକମାନଙ୍କ ଆକ୍ରମଣରେ କଲ୍ୟାଣ ମଲ୍ଲ ହାରି ଫେରିଯାଇଥିଲେ କଟକ ।
୧୧. ପୁରୁଷୋତ୍ତମ ଦେବଙ୍କ ୨୧ ଅଙ୍କରେ ୧୬୧୫ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଗଭର୍ଣ୍ଣର ମକରମ୍ ଖାଁ ଖୋର୍ଦ୍ଧା ରାଜ୍ୟ ଉପରେ ପ୍ରବଳ ଆକ୍ରମଣ କରିଥିଲେ । ଖୋର୍ଦ୍ଧା ଦୁର୍ଗରୁ କତାଚିତ୍ ହୋଇ ପୁରୁଷୋତ୍ତମ ଦେବ ଗଡମାଣିତ୍ରୀ ଠାରେ ରହି ରାଜକାର୍ଯ୍ୟ ପରିଚାଳନା କରୁଥିଲେ । ମକରମ ଖାଁ ୧ ବର୍ଷ ଖୋର୍ଦ୍ଧା ଦୁର୍ଗକୁ ଅଧିକାର କରି ରହିଲା । ଗଜପତି ଗଡଛାଡ଼ି ପଳାଇବାରୁ ସେବକମାନେ ଶ୍ରୀଜଗନ୍ନାଥଙ୍କୁ ନେଇ ବାଣପୁର ସୀମା ଗବପଦର ନିକଟରେ ନଦୀରେ ଚାପ ଉପରେ ବିଜେ କରାଇଥିଲେ । ଦୁଇବର୍ଷରୁ ଉଦ୍ଧ୍ୱର୍କାଳ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ବାହାରେ ରହିଲେ । ମନରମ୍ ଖାଁ ସାକ୍ଷୀଗୋପାଳ ମନ୍ଦିର ଉପରେ ଆକ୍ରମଣ କଲେ । ମାତ୍ର ଶ୍ରୀମନ୍ଦିର ଲୁଣ୍ଠନର ସଠିକ୍ ହିସାବ ଏଯାଏ ମିଳିନି ।
୧୨- ଗଜପତି ନରସିଂହ ଦେବଙ୍କ ୨ ଅଙ୍କରେ ବାଦ୍ଶାହ ଜାହାଙ୍ଗୀରଙ୍କ ପତ୍ନୀ ନୁରଜାହାନ୍ଙ୍କ ଭାଇର ପୁତ୍ର ମିର୍ଜା ଅହମ୍ମଦ ବେଗ୍ ୧୬୨୩ରେ ଖୋର୍ଦ୍ଧା ରାଜ୍ୟ ଉପରେ ଆକ୍ରମଣ କରି ବାଣପୁର ପର୍ଯ୍ୟନ୍ତ ଅଧିକାର କଲେ ଓ ସର୍ତ୍ତ କଲେ ଗଜପତି ମୋଗଲ ଆନୁଗତ୍ୟ ସ୍ୱୀକାର କରିବେ । ନରସିଂହ ଦେବ ସତର୍କତାର ସହ ଗଡମାଣିତ୍ରୀ ଗଡକୁ ଚ୍ଛାନାନ୍ତର ହୋଇ ସେଠାରେ ସଂଗଠନ କଲେ ଓ ପ୍ରତିରୋଧ କଲେ । ସେତେବେଳେ ମହାପ୍ରଭୁଙ୍କ ବିଗ୍ରହମାଙ୍କୁ ସ୍ଥାନାନ୍ତର କରାନଯାଇ କେବଳ ବ୍ରହ୍ମମାନଙ୍କୁ ନେଇ ମାଣିତ୍ରୀ ଗଡର ଶ୍ରୀନଅର ମଧ୍ୟରେ ରଖାଯାଇଥିଲା । ସେତିକିବେଳେ ଶାହାଜାନ୍, ମୋଗଲ ସମ୍ରାଟଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ଛତ୍ର ଦ୍ୱାରଘାଟି ଦେଇ ଓଡ଼ିଶାରେ ପ୍ରବେଶ କଲେ । ତେଣୁ ଅହମ୍ମଦବେଗ୍ ଭୟରେ ଓଡ଼ିଶା ଛାଡ଼ି ବର୍ଦ୍ଧମାନ ପଳାଇଲେ । ଶାହାଜାହାନ୍ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ବ୍ରହ୍ମଙ୍କୁ ଅଣାଯାଇ ବିଗ୍ରହମାନଙ୍କର ପୁନଃ ପ୍ରତିଷ୍ଠା ହେଲା-
୧୩. ମୃଣନ୍ମାଦ ଖାଁ ୧୬୫ରେ ଦ୍ୱିତୀୟଥର କଟକର ସୁଗଦାର ନିଯୁକ୍ତି ହେଲେ । ଗଜପତି ନରସିଂହଦେବ ସେତେବେଳେ ବାରିସାହୀ ଶ୍ୟାମାନାଳୀଙ୍କ ପାଖ ରାଜନରରେ ଅବସ୍ଥାନ କରୁଥିଲେ । ଗଜପତିଙ୍କ ପୁତୁରା ଗଙ୍ଗାଧର ରାୟ ସେତେବେଳେ ସିଂହାସନ ଅଧିକାର ଲୋଭରେ ଥିଲେ । ମୁତାନ୍ମାଦ ଖାଁଙ୍କ ସେନାପତି ଅମୀର ଫତେଖଁଶ, ଅନ୍ଧାରୀ ଜମିଦାର ଅନିରୁଦ୍ଧରାୟ ପିତାମ୍ ଓ ଗଙ୍ଗାଧର ରାୟଙ୍କୁ ନିଜ କବଳକୁ ଆଣି ନରସିଂହ ଦେବଙ୍କୁ ମାରିବାର ନିଷ୍ପତ୍ତି ନେଇଥିଲେ । କିଛି ରାଜକର୍ମଚାରୀଙ୍କୁ ହାତକରି, ଗଜପତି ରାତିରେ ଶୋଇଥିବା ବେଳେ ଫତେଖାଁ ଗଜପତିଙ୍କ ଶୟନକକ୍ଷରେ ପ୍ରବେଶ କରି ନରସିଂହଦେବଙ୍କୁ ହତ୍ୟାକଲେ ଓ ରାଜନଗର ଲୁଣ୍ଠନ କଲେ । ତା’ପରେ ଶ୍ୟୀମନ୍ଦିରରେ ପ୍ରବେଶ କରି ଭଣ୍ଡାରଘରୁ ବହୁ ଧନରତ୍ନ ଲୁଣ୍ଠନ କରି ଚାଲିଗଲେ । ଏହାପରେ ଗଙ୍ଗାଧର ରାୟ, ସିଂହାସନ ଆରୋହଣ କରିଥିଲେ ମାତ୍ର ୩ ମାସ ୨୧ ଦିନ ପାଇଁ ।
୧୪. ଆଉରଙ୍ଗ ଜେବ୍ଙ୍କ ବିଶ୍ୱସ୍ତ କର୍ମଚାରୀ ଏକରାମ୍ ଖାଁ ୧୬୯୮ରେ ପୁରୀ ଆମନ୍ତ୍ରଣ କରିଥିଲେ । ଆକ୍ରମଣର ସୂଚନା ପାଇ ସେବକମାନେ ରାତି ତିନିପ୍ରହରରେ ପହଣ୍ଡି କରି, ଚତୁର୍ଦ୍ଧା ମୂର୍ତ୍ତିକୁ କମଳାଙ୍କ ମନ୍ଦିର ପଛପାଖରେ ଲୁଚାଇ ରଖିଲେ । ପ୍ରଭୁଙ୍କର ବିଜେ ପ୍ରତିମାମାନେ ବ୍ରହ୍ମଗିରୀର ଉତ୍ତର ଦିଗରେ ଥିବା ଗଡକୋକଲକୁ ସ୍ଥାନାନ୍ତର ହୋଇଥିଲେ । ଏକରାମ ଖାଁ ରତ୍ନସିଂହାସନର ଘରକୁ ଚଢ଼ଇ ଭଣ୍ଡାର ଘରୁ ଲୁଟ୍ କଲା । ଗଜପତି ଦିବ୍ୟସିଂହଦେବ, ପୁରୀରେ ଥାଇ ମଧ୍ୟ, ସାମ୍ନା କରିନପାରି ଅଜ୍ଞାବାସରେ ରହିଲେ । ଚନ୍ଦଯାତ୍ରା, ମହାଦୀପ ଉଠିବା, ରଥଯାତ୍ରା ଆଦି ଶ୍ରୀକ୍ଷେତ୍ରରେ ବନ୍ଦ ରହିଲା । ମହାପ୍ରସାଦ ବାହାରିଲା ନାହିଁ । ୧୭୦୨ ଖ୍ରୀଷ୍ଟାବ୍ଦରେ ଅର୍ଥାତ୍ ଚାରିବର୍ଷ ପରେ ଆଉରଙ୍ଗ ଜେବଙ୍କ ମୃତୁ୍ୟ ହେବାରୁ ଗଜପତି ଗଡଜାତ ରାଜାମାନଙ୍କୁ ଏକାଠି କରି ମୁସଲମାନମାନଙ୍କୁ ପୁରୀରୁ ତଡିଦେଲେ ଓ ଜଗନ୍ନାଥଙ୍କୁ ଶୂନଘର ସ୍ଥାପନା କରି ଯାନିଯାତ୍ରାର ପୁନଃ ପ୍ରଚଳିତ କଲେ ।
୧୫. ଓଡ଼ିଶାର ଶାସନ କ୍ଷେତ୍ରକୁ ଆସିଲେ ତକୀ ଖାଁ । ସେ ପ୍ରଚଳ ହିନ୍ଦୁ ବିଦ୍ୱେଷୀ । ୧୭୩୧ ଖ୍ରୀଷ୍ଟାବ୍ଦରେ ସେ ଖୋର୍ଦ୍ଧା ଆକ୍ରମଣ କରିଥିଲେ । ପ୍ରଥମଥର ଯୁଦ୍ଧରେ ସେ ସଫଳତା ନପାଇ ୧୭୩୨ରେ ପୁନର୍ବାର ଯୁଦ୍ଧ କଲେ ଓ ଗଜପତି ରାମଚନ୍ଦ୍ରଦେବ (୨ୟ)କୁ ବନ୍ଦୀକରି କଟକ ନେଇ ଆସିଲେ । ୧୭୩୧ରୁ ୧୭୩୩ ପର୍ଯ୍ୟନ୍ତ ବାରମ୍ବାର ଆକ୍ରମଣ ଯୋଗୁ ଜଗନ୍ନାଥଙ୍କୁ ବାରମ୍ବାର ସ୍ଥାନାନ୍ତର କରିବାକୁ ପଡୁଥିଲା । ଭାର୍ଗବୀ ନଦୀକୂଳର ଦୋବନ୍ଧା ପେଣ୍ଠରୁ ନୌକାରେ ଠାକୁରଙ୍କ ରଣପୁର ନିଆଗଲା । ରାମଚନ୍ଦ୍ରଦେବ କଟକରୁ ଫେରି ପୁଣି ସଂଗ୍ରାମର ଆୟୋଜନ କଲେ । ସେତେବେଳକୁ ତର୍କୀ ଖାଁ ରାମଚନ୍ଦ୍ରଦେବଙ୍କ ପୁଅ ଭାଗୀରଥି କୁମାରଙ୍କୁ ଗଜପତି ଘୋଷଣା କରିଥିଲେ । ୧୭୩୩ରେ ତନିଘାଁ ଜଗନ୍ନାଥଙ୍କୁ ସ୍ଥାନାନ୍ତର ହୋଇଚି ଜାଣି ପୁଣି ଆକ୍ରମଣ କରିବାରୁ ଜଗନ୍ନାଥଙ୍କୁ ବାଣପୁରର ଖଲିକୋଟ ସୀମା ଟିକଲିଠାରେ ଲୁଚାଇ ରଖାଗଲା । ମାତ୍ର ରାମଚନ୍ଦ୍ରଦେବ ବୋଲଗଡ ଅଧିକାର କରି ଖୋର୍ଦ୍ଧା ଫେରିବାରୁ ଭୟରେ ଭାଗୀରଥି କୁମାର ଫଉଜ ନେଇ କଟକ ଚାଲିଗଲେ । ତା’ପରେ ରାମଚନ୍ଦ୍ରଦେବ ଜଗନ୍ନାଥଙ୍କୁ ଆଣି ୨-୭-୧୭୩୩ ପୁଣି ଗୁଣ୍ଡିଚା ଯାତ୍ରା କରିଥିଲେ ।