Odisha news

କେନ୍ଦ୍ରାପଡା : କରୋନା ସଂପର୍କରେ ଜିଲ୍ଲାପାଳଙ୍କ ସହ ଡାକ୍ତରଙ୍କ ସମୀକ୍ଷା ବୈଠକ

0

କେନ୍ଦ୍ରାପଡା :  ବିଶ୍ୱ ମହାମାରୀ କରୋନା ର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ଅନ୍ୟଜିଲ୍ଲା ଅପେକ୍ଷା କମ ଥିବା ଜଣାପଡିଛି । କରୋନାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରୁଥିବା ଏକ ଡାକ୍ତରୀ ଟିମ ଗୁରୁବାର ଜିଲ୍ଲାପାଲ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ପରାମର୍ଶ ଦାତା ଡ଼ଃ ସୁବ୍ରତ ପଣ୍ଡା, ଏସ ସି ବି ମେଡିକାଲ କଲେଜର ସହକାରୀ ପ୍ରଫେସର ଡ଼ଃ ତାପସ ରଞ୍ଜନ ବେହେରା, ଡ଼ଃ ମହୁଆ ବିଶ୍ୱାସ ଓ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଡ଼ଃ ଉର୍ମିଳା ମିଶ୍ର, ଡ଼ଃ ସଚିତାନନ୍ଦ ମିଶ୍ର, ଡ଼ଃ ନୃପେନ୍ଦ୍ର ଶତପଥୀ, ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଛତାସ୍ଥିତ କୋଭିଡ ହସପିଟାଲ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ମହାକାଳପଡା, ରାଜନଗର ପ୍ରଭୃତି ବିଭିନ୍ନ ଟି ଏମ ସି କେନ୍ଦ୍ର ପରିଦର୍ଶନ କରିବା ସହ କରୋନା ସଂକ୍ରମଣର ପ୍ରଭାବ ଉପରେ ତର୍ଜମା କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କେନ୍ଦ୍ରାପଡା ଜିଲ୍ଲାରେ ସଂକ୍ରମଣର ଗତି ସର୍ବନିମ୍ନ ଥିବା ଜିଲ୍ଲାପାଳଙ୍କ ସହ ଆଲୋଚନାରେ ପ୍ରକାଶ କରିଥିଲେ

Leave A Reply