Odisha news

ଡଙ୍ଗା ଓ ଜାଲ ନେଇଗଲେ ରେଞ୍ଜର, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ମତ୍ସ୍ୟ ଜୀବୀ

0

କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କୋଇଲିପୁର ପଂଚାୟତର ଗଜରାଜପୁର ଓ ଜୟନଗର ପଂଚାୟ ଖୁଣ୍ଟା ଗ୍ରାମର ଶତାଧିକ ଭୂମିହୀନ ମତ୍ସ୍ୟ ଜୀବି ଆୟତନ ମତ୍ସ୍ୟ ସମବାୟ ସମିତିର ସଭ୍ୟ ଭାବେ ରାଜ୍ୟ ସରକାରଙ୍କ ଠାରୁ ପ୍ରମାଣପତ୍ର ପାଇବା ସହ ସରକାରୀ ଅନୁଦାନରେ ଡଙ୍ଗା ଓ ଜାଲ ପାଇଥିଲେ । ଏହି ମତ୍ସ୍ୟ ଜିବୀ ମାନେ ବ୍ରାହ୍ମଣୀ ନଦୀକୂଳ ରେ ଜାଲ ବସାଇ ମାଛ ଧରୁଥିବା ବେଳେ ଡାଙ୍ଗମାଳ ରେଞ୍ଜ ର ରେଞ୍ଜର ଏହି ଲୋକ ମାନଙ୍କର ଡଙ୍ଗା ଓ ଜାଲ ନେଇ ଯାଇଛନ୍ତି । ଓ ନଦୀରୁ ମାଛ ଧରିବାକୁ ବନ୍ଦ କରିଛନ୍ତି ।

ଫଳରେ ଏହି ମତ୍ସ୍ୟ ଜିବୀ ମାନେ ଜୀବିକା ହରାଇ ଦୁଃଖ କଷ୍ଟରେ ଚଳୁଥିବାର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏହା ସହ ଜୀବିକା ନିର୍ବାହ ପାଇଁ ଡଙ୍ଗାଜାଲ ଫେରାଇବା ସହ, ମିଥ୍ୟା ମକୋଦ୍ଦମା ପ୍ରତ୍ୟାହାର କରିବା ଓ ବ୍ରାହ୍ମଣୀ ନଦୀରେ ମାଛ ଧରିବାକୁ ଅନୁମତି ଦେବାକୁ ଉମାକାନ୍ତ ଦାସ, ନିରଞ୍ଜନ ଦାସ, କଳାକାର ମଲିକ, ଉଗ୍ରେସନ ମଲିକ, କାଳନ୍ଦୀ ମଲିକ, ମହେଶ୍ୱର ମଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି  ।

Leave A Reply