ବେତନଟୀ : କରୋନା ଲକ ଡାଉନ ଓ ପ୍ରତିବନ୍ଧକ ପାଇଁ ସବୁ ବର୍ଗର ଜନ ସାଧାରଣ ପ୍ରଭାବିତ ହୋଇଛନ୍ତି । ଏଥିରେ ଚାଷୀ କୂଳ ମଧ୍ୟ ପ୍ରଭାବିତ ହୋଇଛି ଓ ଆଗକୁ ଚାଷବାସର ଦିନ ଆସୁ ଥିବାରୁ ଚାଷୀ ମାନେ ଭାଙ୍ଗି ପଡିଛନ୍ତି । ଏହାକୁ ହୃଦୟଙ୍ଗମ କରି ବାଲେଶ୍ୱର ସାଂସଦ କ୍ଷେତ୍ରର ଲଢ଼ୁଆ କଂଗ୍ରେସ ଯୁବ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଚାଷୀ ମାନଙ୍କୁ ବିହନ ବଣ୍ଟନ କରା ଯାଇଛି ।
କଂଗ୍ରେସ ତରଫରୁ ବେତନଟୀ ବ୍ଲକର ୩୫, ୩୬, ୩୭ ନମ୍ବର ଜୋନରେ ବରିଷ୍ଠ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ମାନଙ୍କ ଦ୍ୱାରା ସର୍ଭେ କରା ଯାଇ ଚାଷୀଙ୍କ ତାଲିକା ପ୍ରସ୍ତୁତ କର ଯାଇ ଥିବାର ଜଣା ପଡିଛି । ପ୍ରଥମ ପର୍ଯ୍ୟାୟରେ ବେତନଟୀ ବ୍ଲକର ମହୁରୀ ଠାରେ ୧୭୫ ଜଣ ଚାଷୀଙ୍କୁ ୨୦ କି:ଗ୍ରା: ଲେଖାଏଁ ବିହନ ପ୍ରଦାନ କରା ଯାଇଛି । କଂଗ୍ରେସ ଦଳ ଓ ନବଜ୍ୟୋତି ପଟ୍ଟନାୟକଙ୍କ ଚାଷୀ ମାନଙ୍କ ପ୍ରତି ଏହି ଉଦାରତା ଓ ଚାଷୀଙ୍କ ପ୍ରତି ଉତ୍ତର ଦାୟୀତ୍ୱକୁ ଜନ ସାଧାରଣ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି ।
ଅନୁଷ୍ଠିତ ବିହନ ପ୍ରଦାନ କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ କୁମାର ଦାସ ଅଧ୍ୟକ୍ଷତା କରି ଥିଲେ । ବରିଷ୍ଠ କଂଗ୍ରେସ ନେତା ସଞ୍ଜିବ କୁମାର ଗିରି, ଯୋଗେଶ କୁମାର ଅଗ୍ରୱାଲା, ଅଜିତ ଜେନା, ବାବୁ ବିଶ୍ୱାଳ, ୩୭ ନମ୍ବର ଜୋନ ସଭାପତି ଯୋଗେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ । ବେତନଟୀ ବ୍ଲକର ସମସ୍ତ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ, ତୃଣମୂଳ ସ୍ତରର କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ । ଶେଷରେ ୩୬ ନମ୍ବର ଜୋନ ସଭାପତି ରଘୁନାଥ ରାଉତ ଚାଷୀ ମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରି ଥିଲେ । ଆସନ୍ତା ରବିବାର ଦିନ ଏସଏସ ମହୁଲିଆରେ ଚାଷୀଙ୍କ ପାଇଁ ବିହନ ବଣ୍ଟନ କାର୍ଯ୍ୟକ୍ରମ କରା ଯାଇ ଥିଲା । କାର୍ଯ୍ୟକ୍ରମ ସମୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତାକୁ ବିଶେଷ କରି ଗୁରୁତ୍ୱ ପ୍ରଦାନ କରା ଯାଇ ଥିଲା ।