କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କାଣୀ ଏବଂ ଖରସ୍ରୋତା ନଦୀରେ ପ୍ରବଳ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ଓ ଆଳିର ଧୋୟାଂଚଳ ଜଳମଗ୍ନ ହୋଇ ପଡିଛି । ଫଳରେ ପ୍ରାୟ ୮୦ ହଜାରରୁ ଉଦ୍ଧ୍ୱର୍ ଲୋକ ଏହି ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି ।
ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ଆଳି ଅଂଚଳ ଦେଇ ପ୍ରଭାହିତ ବ୍ରାହ୍ମଣୀ , କାଣି ଓ ଖରସୋ୍ରତା ନଦୀରେ ଗୁରୁବାର ବନ୍ୟା ଆସି ସମଗ୍ର ଧୋୟା ଅଂଚଳ ଜଳମଗ୍ନ ହୋଇ ପଡିଛି ।
ବ୍ରାହ୍ମଣୀ ନଦୀର ଅଳଭା ଠାରେ ବିପଦ ସଂକେତ ୧୬ ଫୁଟ ଥିବା ବେଳେ ଏବେ ପ୍ରାୟ ୧୮ ଫୁଟ ଉପରେ ବନ୍ୟାଜଳ ପ୍ରଭାହିତ ହେଉଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍ର ଉତ୍ତର ଓ ପଶ୍ଚିମ ପାଶ୍ୱର୍ରେ ଥିବା ଖରସୋ୍ରତା ନଦୀର ଶାଖା କାଣି ନଦୀରେ ବନ୍ୟା ଜଳ ଆସି ସମଗ୍ର ୭ଟି ପଂଚାୟତକୁ ଜଳ ମଗ୍ନ କରିଛି । ଗମନାଗମନ ପାଇଁ ଥିବା ଦାମୋଦର ପାଟଟଣା ଠାରୁ ବଲୁରିଆ ପର୍ଯ୍ୟନ୍ତ ରାସ୍ତାର ପେଣ୍ଠପାଳ ଠାରେ ବୁଡି ପ୍ରାୟ ୩ ଫୁଟର ଜଳ ପ୍ରବାହିତ ହେଉଛି । ଧୋୟା ଅଂଚଳରେ ହଜାର ହଜାର ଏକର ଧାନକ୍ଷତ ପାଣିରେ ବୁଡି ରହିଛି ।
ଫଳରେ ଧାନଗଛ ପଚିଯିବାର ଆଶଙ୍କା ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ପୈାରା ଅଂଚଳ୧ନମ୍ବର ୱାର୍ଡ ଠାରୁ ୯ ନମ୍ବର ୱାର୍ଡ ପର୍ଯ୍ୟନ୍ତ କେତେକ ଅଂଚଳେର ବନ୍ୟାରେ ବୁଡି ରହିଛି । ପନିପରିବା ଫସଲ ବୁଡି ନଷ୍ଟ ହୋଇ ଯାଇଛି । ପୈାର ଅଂଚଳରୁ ପ୍ରାୟ ୧୮ ହଜାର ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେହିପରି ଏହି ବ୍ଲକ୍ ର ୧୪ଟି ପଂଚାୟତର ୬୦ ହଜାରରୁ ଅସଧିକ ଲୋକ ବନ୍ୟା ଦାଉରେ ହନ୍ତସନ୍ତ ହେଉଛନ୍ତି । ଖାଦ୍ୟ ବିନା ଗୃହପାଳିତ ପଶୁ ଡହଳ ବିକଳ ହେଉଛନ୍ତି । ବନ୍ୟା ଘେରରେ ଜଳବନ୍ଦୀ ହୋଇ ପଡିଥିବା ବିପନ୍ନଙ୍କ ପାର୍ଉତାର ପାଇଁ ଡଙ୍ଗା , ଗୋଖାଦ୍ୟ ଓ ଲୋକଙ୍କ ପାଇଁ ରିଲିଫ୍ ଯୋଗାଇ ଦେବାକୁ ବିପନ୍ନ ମାନେ ଦାବୀ କରିଛନ୍ତି । ପଟ୍ଟାମୁଣ୍ଡାଇ ଭାରପ୍ରାପ୍ତ ବିଡିଓ ଭତର ଚନ୍ଦ୍ର ପରିଡା , ସହକାରି ବିଡିଓ ସନ୍ତୋଷ ମନ୍ତ୍ରୀ ଏବଂ ତହସିଲ୍ଦାର ଶରତ କୁମାର ଗିରି ବନ୍ୟା ଅଂଚଳ ପରଦର୍ଶନ କରି ବିପନ୍ନଙ୍କ ସମସ୍ୟା ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରାପଡା ବିଧାୟକ ଶଶୀଭୁଷଣ ବେହେରା ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟା ଅଂଚଳର ୭ଟି ପଂଚାୟତ ବୁଲି ବିପନ୍ନ୍ଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ।