କେନ୍ଦ୍ରାପଡା ୧୬/୮- ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ ଜାତୀୟ ପତାକା ଉତୋଳନ କରିଥିଲେ । ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ପତାକା ଉତୋଳନ କରାଯାଇଥିଲା । ଏହି ଅବସରରେ କରୋନା ଯୋଦ୍ଧା ଅଙ୍ଗନୱାଡିକର୍ମୀ, ଆଶାଦିଦି, ଶିକ୍ଷକ, ସମାଜସେବୀ,ମହିଳା ମହାମଣ୍ଡଳର ସଭାନେତ୍ରୀ ଓ ସମ୍ପାଦିକା ଏବଂ ୱାର୍ଡସଭ୍ୟସଭ୍ୟାମାନଙ୍କୁ ପଂଚାୟତ ପକ୍ଷରୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିସହିତ ପଂଚାୟତର ଗୋପାଳ ଚରଣ ଦାସ, ଅମିତା ଦାସ ଓ ନିରୁପମା ମହାନ୍ତି ପ୍ରଭୃତି ୩ଜଣ ସ୍ୱେଛାକୃତ ଭାବେ ନିଜ ନିଜର ଶରୀରଦାନ ପାଇଁ ସତ୍ୟପାଠ କରିଥିଲେ । ସେମାନଙ୍କର ଏଭଳି ଜନମଙ୍ଗଳ କାର୍ଯ୍ୟ ନିମନ୍ତେ ପଂଚାୟତ ପକ୍ଷରୁ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରଶୀକ୍ଷାର୍ଥି ସହକାରୀ ଜିଲ୍ଲାପାଳ ଭାବେ କେନ୍ଦ୍ରାପଡାରେ ଅବସ୍ଥାପିତ ଭାରତୀୟ ପ୍ରଶାସନିକ ଅଧିକାରୀ ଅକ୍ଷୟ ଅଗ୍ରୱାଲ ସେମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ ।
