କେନ୍ଦ୍ରାପଡା ୧୬/୮-ଜିଲ୍ଲା ସଦର ମହକୁମାରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଛି । ମହାମାରୀ କରୋନା ପରିସ୍ଥିତି ଯୋଗୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶନାମା ଅନୁଯାୟୀ ଏହି ଉସôବକୁ ନିରାଡମ୍ବର ଭାବେ ପାଳିତ କରାଯାଇଛି । ଜିଲ୍ଲାପାାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ଶନିବାର ୯ଟା୧୫ ମିନିଟ୍ ସମୟରେ ଜାତୀୟ ପତାକା ଉତୋଳନ କରିଥିଲେ । କେନ୍ଦ୍ରାପଡା କଲେଜ୍ ପଡିଆରେ ଆୟୋଜିତ ଏହି ଦିବସ ପାଳନ ଅବସରରେ ଜିଲ୍ଲା ପୋଲିସ ବାହିନର ସିମିତ ସଂଖ୍ୟକ ପୋଲିସ ରାଷ୍ଟ୍ରୀୟ ସାଲ୍ୟୁଟ୍ ସହ ଜାତୀୟ ସଂଗୀତର ଧୁନ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ବର୍ମା ନିଜ ଭାଷଣରେ ସ୍ଧିନତା ସଂଗ୍ରାମର ସ୍ମୃତି ଚାରଣ କରିବା ସହ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ ।
ଜାତିର ପିତା ମହାତ୍ମା ଗାଂଧି ସମ୍ମୋହନୀ ଅହିଂସା ମନ୍ତ୍ରବଳରେ ଆମେ ସ୍ୱାଧିନତା ପାଇଛେ ବୋଲି ପ୍ରକାଶ କରିବା ସହିତ ସ୍ୱାଧିନତା ସଂଗ୍ରାମୀଙ୍କ ତ୍ୟାଗପୁତ ଜୀବାନ ଓ ଆଦର୍ଶ ଆମେ ସ୍ମରଣ ରଖିବା ଉଚିତ୍ ବୋଲି କହିଥିଲେ ସାଂପ୍ରତିକ କରୋନା ମହାମରୀକୁ ପ୍ରତିହତ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ସମସ୍ତ ନିୟମକୁ ପାଳନ କରିବା ପାଇଁ ସେ ଜି୍ଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ । ଏହି ନିରାଡମ୍ବର ଉସôବକୁ ସିମୀତ କରୋନା ଯୋଦ୍ଧାମାନଙ୍କ୍ୁ ନିମନ୍ତ୍ରଣ କରା ଯାଇଥିଲା । ଏହି ଉସôବରେ ଅନ୍ୟ ମାନଙ୍କ ମଧ୍ୟରେ ଏସ୍ପି ନିତି ଶେଖର , ସହକାରୀ ଜିଲ୍ଲାପାଳ ଅକ୍ଷୟ ଅଗ୍ରୱାଲା , ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ , ପିଡି ଦିଲ୍ଲିପକୁମାର ପରିଡା ଜିଲ୍ଲା ପରିଷଦ ସଭାପତି ମାନସକୁମାରେ ପରିଡା , କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଡଃ ରେଜେନ୍ଦ୍ର ପ୍ରସାଦ ତ୍ରୀପାଠୀ ପ୍ରମୂୁଖ ଉପସ୍ଥିତ ଥିଲେ ।
