କେନ୍ଦ୍ରାପଡା ୧୬/୮ -କେନ୍ଦ୍ରାପଡା ସଦର ଥାନାରେ ସଟଡାଉନ ପାର୍କ ନାମରେ ଏକ ଉଦ୍ୟାନ ଶନିବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ପାର୍କକୁ ଉଦଘାଟନ କରିବା ସହିତ ପାର୍କ ମଧ୍ୟରେ ବୃକ୍ଷରୋପଣ କରିଥିଲେ ।
ଫଳଗଛ, ଫୁଲଗଛ ଓ ଔଷଧିୟ ବୃକ୍ଷରେ ପରିପୂର୍ଣ୍ଣ ହୋଇଥିବା ଏହି ପାର୍କଟିରେ ଏକ ସୁସଜ୍ଜିତ ପାଣିକୁଣ୍ଡରେ ବିଭିନ୍ନ ପ୍ରଜାତିର ମାଛ ଜାଅାଁରା ଖେଳୁଥିବା ବେଳେ ପାର୍କ ଚର୍ତୁପାଶ୍ୱର୍ରେ ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଏହି ସଟଡାଉନ ପାର୍କଟିକୁ ଅତ୍ୟନ୍ତ ମନୋଲଭା କରିଦେଇଛି । ପାର୍କର ପାଚେରୀ ଗୁଡିକୁ ଟେରାକୋଟା ଚିତ୍ରରେ ରଙ୍ଗାୟିତ କରାଯାଇଥିବାରୁ ତାହା ପରିବେଶକୁ ଆହୁରୀ ସୁନ୍ଦର କରିଦେଇଥିବା ଦେଖିବାକୁ ମିଳିଥିଲା ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଆଇ.ୟୁ.ସି.ଏ.ଡବ୍ଲୁ.ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ,ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ସମେତ ସଦର ଥାନାର ସମସ୍ତ ସବଇନିସପେକ୍ଟର, ସହକାରୀ ସବଇନିସପେକ୍ଟର ଓ କର୍ମଚାରୀ, ଭରତପୁର ପଂଚାୟତ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, ଶ୍ୟାମସୁନ୍ଦରପୁର ପଂଚାୟତ ସରପଂଚ ପୁଷ୍ପଲତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
