Odisha news

” ଦ କାଶ୍ମୀର ଫାଇଲସ୍ ଦେଖିବାକୁ ଯାଉଥିବା ଦର୍ଶକ ମାନଙ୍କୁ ଅଟୋ ଡ୍ରାଇଭରଙ୍କର ଅଫର, ଫ୍ରୀ ରେ ପହଞ୍ଚାଉଛନ୍ତି ସିନେମା ହଲ

0
ନୂଆଦିଲ୍ଲୀ : କାଶ୍ମିରୀ ପଣ୍ଡିତ ମାନଙ୍କର ଯନ୍ତ୍ରଣା କୁ ଦେଖାଇ ଥିବା ଚଳଚିତ୍ର “ଦ କାଶ୍ମୀର ଫାଇଲସ” ବର୍ତମାନ ପ୍ରାୟ ସମସ୍ତ ଭାରତୀୟ ସିନେମା ହଲ୍ ରେ ରିଲିଜ ହୋଇ ଜୋରେ ଚାଲିଛି l ଯେବେଠୁଁ ଏହି ଚଳଚିତ୍ର ଟି ରିଲିଜ ହେଲାଣି ସେବେଠୁ କିଛିନା କିଛି ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଛି l ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ଙ୍କର ଏହି ଚଳଚିତ୍ର ଟି ଏପରି ଭାବରେ ଲୋକ ମାନଙ୍କ ହୃଦୟକୁ ଛୁଇଁ ଯାଇଛି ଯାହା ବକ୍ସ ଅଫିସ ରେ ୩ଟି ନୂଆ ରେକର୍ଡ କରି ସାରିଛି l ଆଜିକାଲି ଏହି ଚଳଚିତ୍ର କୁ ନେଇ ଜଣେ ଅଟୋ ଡ୍ରାଇଭର ଚର୍ଚାରେ ରହିଛନ୍ତି l
ଏହି ଅଟୋ ଡ୍ରାଇଭର ଟି “ଦ କାଶ୍ମୀର ଫାଇଲସ” ଦେଖିବାକୁ ଯାଉଥିବା ଦର୍ଶକ ମାନଙ୍କୁ ଫ୍ରି ରେ ସିନେମା ହଲ୍ ରେ ପହଞ୍ଚାଉ ଛନ୍ତି l ଚଳଚିତ୍ରର ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜର ଅଫିସିଆଲ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ଏହି ଅଟୋ ଡ୍ରାଇଭର ର ଭିଡିଓ ସେୟାର କରିଛନ୍ତି l ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ମହିଳା ଦ କାଶ୍ମୀର ଫାଇଲସ ଚଳଚିତ୍ର ଦେଖିବାକୁ ଯାଉଥିବା ସମୟରେ ଉକ୍ତ ଅଟୋ ଡ୍ରାଇଭର ଙ୍କୁ ସିନେମା ହଲ ରେ ଛାଡିବା ପାଇଁ କହିଛନ୍ତି l ଏହାପରେ ତାଙ୍କୁ ଭଡା କେତେ ପଇସା ପଚାରିବାରୁ ସେ ପଇସା ନେବେ ନାହିଁ ବୋଲି କହିଛନ୍ତି l
ଉକ୍ତ ଭିଡିଓ ରେ ସେ କହିଛନ୍ତି ଯେ ପ୍ରତିଟି ହିନ୍ଦୁ ଙ୍କୁ ଏହି ଚଳଚିତ୍ର ଦେଖିବା ଆବଶ୍ୟକ l ତେଣୁ ଯିଏ କେହିବି ଏହି ଚଳଚିତ୍ର ଟିକୁ ଦେଖିବାକୁ ଯିବେ ମୁଁ ବିନା ଭଡାରେ ହଲ୍ ରେ ଛାଡ଼ିବି l ଉକ୍ତ ଭିଡିଓ କୁ ସେୟାର କରି ବିବେକ ଅଗ୍ନିହୋତ୍ରୀ କ୍ୟାପସନ ରେ ଲେଖିଛନ୍ତି ଯେ ‘ ଭାରତ, ମନବତା, ଶହ ଶହ ପ୍ରଣାମ, କୃତଜ୍ଞ’ l ବିବେକ ଅଗ୍ନିହୋତ୍ରୀ ଙ୍କ ବ୍ୟତୀତ ଅଧିକାଂଶ ଲୋକ ଉକ୍ତ ଭିଡିଓ କୁ ସେୟାର କରି ଲେଖିଛନ୍ତି ଅଟୋ ଡ୍ରାଇଭର ହୋଇ ମଧ୍ୟ ଭାରତ ମା ପ୍ରତି ତାର ଶ୍ରଧାକୁ ଦେଖି ଶତ ଶତ ପ୍ରଣାମ l
Leave A Reply

Your email address will not be published.