Odisha news

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ୪ଟି ଉପାୟ, ଘରକୁ ଆସିବ ସୁଖ ଓ ସମୃଦ୍ଧି

0
ହିନ୍ଦୁ ଧର୍ମରେ ସମସ୍ତ ପୂର୍ଣ୍ଣିମା ର ଖୁବ୍ ମହତ୍ତ୍ଵ ରହିଛି । କିନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ର ବିଶେଷ ମହତ୍ତ୍ଵ ରହିଛି । ଚଳିତ ମାସ ନଭେମ୍ବର ୧୯ ତାରିଖ ଦିନ କାର୍ତ୍ତିକ ପୂର୍ଣ୍ଣିମା ଅଟେ । ମାନ୍ୟତା ଅନୁସାରେ ଏହି ପୂର୍ଣ୍ଣିମା ଟି ଭଗବାନ୍ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କ ର ଖୁବ୍ ପ୍ରିୟ ଅଟେ । ଏହି ଦିନଟି କୁ ତ୍ରିପୁରାରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ କାଶିରେ ଦେବ ଦୀପାବଳୀ ପାଳନ କରାଯାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହିସବୁ କାର୍ଯ୍ୟକୁ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ –
* ସ୍ନାନ ଓ ଦାନ – କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବତା ମାନେ ମର୍ତ୍ତ୍ୟକୁ ଆସି ଥାଆନ୍ତି ଓ ସେହି ଦିନ ଗଙ୍ଗା ସ୍ନାନ ମଧ୍ୟ କରି ଥାଆନ୍ତି । ତେଣୁ ମାନ୍ୟତା ଅନୁସାରେ ଏହି ଦିନ ପାଣିରେ ଗଙ୍ଗା ଜଳ ପକାଇ ସ୍ନାନ କଲେ ବିଶେଷ ଭାବରେ ପୂଣ୍ୟ ହୋଇଥାଏ । ଏହିଦିନ ଅନ୍ନ ଓ ବସ୍ତ୍ର ଦାନ କରିବାର ବିଶେଷ ମହତ୍ତ୍ଵ ରହିଛି । ବିଶେଷ ଭାବରେ ଗରିବଙ୍କୁ ଅନ୍ନ ଦାନ କଲେ ୭ ଜନ୍ମର ପାପ କ୍ଷୟ ହୋଇଥାଏ ।
* ତୁଳସୀ ପୂଜନ – କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ପୁଜନର ବିଶେଷ ମହତ୍ତ୍ଵ ରହିଛି । ଭଗବାନ୍ ବିଷ୍ଣୁ ଙ୍କ ର ତୁଳସୀ ଖୁବ୍ ପ୍ରିୟ ଅଟେ । ଏହିଦିନ ତୁଳସୀ ପୂଜନ କଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
* ଦୀପଦାନ – କାର୍ତ୍ତିକ ପୂର୍ଣ୍ଣିମା ଦିନ ଦୀପଦାନ ର ଖୁବ୍ ମହତ୍ତ୍ଵ ରହିଛି । କୁହାଯାଏ ଯେ ଏହିଦିନ ଦୀପ ଦାନ କରିବା ଦ୍ୱାରା ଜୀବନରେ ସଫଳତା ହାସଲ ହୋଇଥାଏ । ଏହିଦିନ ଦୀପ ଦାନ କରିବା ଦ୍ୱାରା ମଧ୍ୟ ବୈବାହିକ ଜୀବନ ସୁଖମୟ ହୋଇଥାଏ ।
* ଲକ୍ଷ୍ମୀ ନାରାୟଣ ଙ୍କ ପୂଜା – ପୂର୍ଣ୍ଣିମା ତିଥିରେ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜା କରିବା ଜୀବନରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଓ ଚନ୍ଦ୍ର ଦର୍ଶନ କରି ଅର୍ଘ୍ୟ ଦେବା ଦ୍ଵାରା ଘର ପରିବାର ରୋଗ ମୁକ୍ତ ହୋଇ ଥାଆନ୍ତି
Govt
Leave A Reply