Odisha news

ନିଜର ସ୍ପର୍ମ୍ କୁ ନେଇ ଚର୍ଚ୍ଚାରେ ଷଣ୍ଢ , ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0
ନୂଆଦିଲ୍ଲୀ : କର୍ଣ୍ଣାଟକ ର ରାଜଧାନୀ ବେଙ୍ଗାଲୁରୁ ରେ କୃଷି ପ୍ରଦର୍ଶନୀ ରେ ପହଞ୍ଚି ଥିବା ଗୋଟିଏ ଷଣ୍ଢ ବର୍ତ୍ତମାନ୍ ଚର୍ଚ୍ଚାରେ ରହିଛି । କାରଣଟି ହେଉଛି ଷଣ୍ଢ ର ମୂଲ୍ୟ । ଏହି ଷଣ୍ଢ ଟିର ମୂଲ୍ୟ ହେଉଛି ୧ କୋଟି ଟଙ୍କା ଅଟେ ଓ ବର୍ତ୍ତମାନ୍ ଏହାର ବୟସ ମାତ୍ର ସାଢ଼େ ୩ ବର୍ଷ । କୃଷ୍ଣା ନାମକ ଏହି ଷଣ୍ଢ କୁ ଦେଖିବା ପାଇଁ ମେଳାରେ ଖୁବ୍ ଭିଡ ଲାଗିଥିଲା ।
କଣ ରହିଛି ଏହାର ବିଶେଷତା –
ଷଣ୍ଢ ର ମାଲିକ ବୋରେଗୌଡା କହିଛନ୍ତି କୃଷ୍ଣା ହଲିକର ପ୍ରଜାତି ର ଷଣ୍ଢ ଅଟେ ଓ ଏହାର ସ୍ପର୍ମ ର ଡିମାଣ୍ଡ ସବୁଠୁ ଦୁର୍ଲଭ ଅଟେ । ଦକ୍ଷିଣ ଭାରତରେ ଷଣ୍ଢର ଏହି ଦୁର୍ଲଭ ପ୍ରଜାତି କୁ ମାତୃ ପ୍ରଜାତି ଭାବରେ କୁହାଯାଏ ଓ ଏହି ପ୍ରଜାତି ବିଲୁପ୍ତ ହେବାକୁ ବସିଛି । ତାର ମାଲିକ କହିଛନ୍ତି ଯେ ଏହି ପ୍ରଜାତି ର ଷଣ୍ଢ ଷ୍ପର୍ମ ଅଧିକ ମୂଲ୍ୟବାନ ହୋଇ ଥିବାରୁ ଗୋଟିଏ ଡୋଜ କୁ ୧୦୦୦ ଟଙ୍କାରେ ବିକ୍ରି କରା ଯାଉଛି ।
ଏହି ଷଣ୍ଢ ର ସାଧାରଣ ଷଣ୍ଢ ମାନଙ୍କ ତୁଳନାରେ ଅଧିକ ମୂଲ୍ୟର ହୋଇ ଥାଆନ୍ତି । ଏହା ବ୍ୟତୀତ ଏମାନଙ୍କ ଉଚ୍ଚତା ପାଖାପାଖି ୮ ଫୁଟ୍ ଅଟେ ଓ ଓଜନ ୮୦୦ କେଜି ର । ଯଦି ଏହି ଷଣ୍ଢ କୁ ଠିକ୍ ଭାବରେ ଦେଖା ଚାହାଁ କରାଯାଏ ତେବେ ଏମାନେ ୨୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ ।
Leave A Reply