Odisha news

କରୋନା ସଂକ୍ରମଣ ରେଡ଼ ଜୋନ ଗଞ୍ଜାମ ଜିଲ୍ଲା ରେ ଡାକ ବିଭାଗ ଦୈନିକ କାର୍ଯ୍ୟ ପରିଚାଳନା ନେଇ କର୍ମଚାରୀ ଙ୍କ ପ୍ରତିବାଦ

0
ଆସିକା, ୧୨/୫ : ଆସିକା ଡ଼ାକ ମଣ୍ଡଳ କାର୍ଯ୍ୟାଳୟ ଓ ଆସିକା ପ୍ରଧାନ ଡ଼ାକଘରର ସମସ୍ତ କର୍ମଚାରୀ ମଙ୍ଗଳବାର ଦିନ ମଧ୍ୟାହ୍ନ  ଭୋଜନ ବିରତିରେ ଅଫିସ ସାମ୍ନାରେ କଳା ବ୍ୟାଜ ଓ  ପ୍ଲା କାର୍ଡ଼ ଧରି କେତେକ ବିଭାଗୀୟ ନିର୍ଦ୍ଦେଶର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ l ନ୍ୟାସନାଲ ଫେଡ଼େରେସନ ଅଫ ପୋଷ୍ଟାଲ  ଏମ୍ପ୍ଲୟିସ, ଫେଡେରେସନ ଅଫ ନ୍ୟାସନାଲ ପୋଷ୍ଟାଲ ଅର୍ଗାନାଇଜେସନ ଓ  ଭାରତୀୟ ପୋଷ୍ଟାଲ ଏମ୍ପ୍ଲୟିସ ଫେଡେରେସନର ମିଳିତ କ୍ରିୟାନୁଷ୍ଠାନ ପରିଷଦର ଆହ୍ଵାନ କ୍ରମେ ସମସ୍ତ କର୍ମଚାରୀ ମଈ ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଏହି ପ୍ରତିବାଦ ଜାରି ରଖିବେ l ଆଜି ଦ୍ଵିତୀୟ ଦିବସରେ ନ୍ୟାସନାଲ ଫେଡ଼େରେସନ ଅଫ ପୋଷ୍ଟାଲ  ଏମ୍ପ୍ଲୟିସର ସମ୍ପାଦକ ବସନ୍ତ କୁମାର ପାଠୀ  କରୋନା ସଂକ୍ରମଣ ଯୋଗୁଁ ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ରେଡ଼ ଜୋନରେ ରହିଅଛି l
ତେଣୁ କର୍ମଚାରୀଙ୍କର ଜୀଵନର ସୁରକ୍ଷା ଦୃଷ୍ଟିରୁ ଲକ ଡାଉନ ଅବଧିରେ ନିର୍ଦ୍ଦିଷ୍ଟ କାର୍ଯ୍ଯ ସମୟ ସୀମା ଧାର୍ଯ୍ୟ କରିବା ସହ ଗୋଟିଏ ଦିନ ଅନ୍ତରରେ ପଚାଶ ପ୍ରତିଶତ କର୍ମକାରୀଙ୍କୁ ନେଈ ଡ଼ାକ ସେବା  ଚାଲୁ ରଖିବା ପାଇଁ ମିଳିତ କ୍ରିୟାନୁଷ୍ଠାନ ପରିଷଦ ଦାବୀ କରିଥିବା ବେଳେ କୌଣସି ବିଭାଗୀୟ ପଦକ୍ଷେପ ନିଆ ଯାଈ ନାହିଁ l ଯାହା ସାମାଜିକ ଦୂରତ୍ବ ରକ୍ଷାରେ ଅନ୍ତରାୟ ହୋଈଛି l ଏହା ସହ ଡ଼ାକ କର୍ମଚାରୀଙ୍କୁ ଡ଼ାକଘର ସଞ୍ଚୟ ଖାତା ବଦଳରେ ଈଣ୍ଡିଅା ପୋଷ୍ଟ ପେମେଣ୍ଟସ ବ୍ଯାଙ୍କ ଭଳି ଘରୋଈ ବ୍ଯାଙ୍କର ଖାତା ଜରିଆରେ ଦରମା ନେବା ପାଈଁ ବିଭାଗୀୟ ନିର୍ଦ୍ଦେଶ ରହିଛି l ସୂଚନା ଯୋଗ୍ୟ ଡ଼ାକଘର ସଞ୍ଚୟ ଖାତା ଜମାରେ ୪ ପ୍ରତିଶତ ସୁଧ ମିଳୁଥିବା ବେଳେ ଈଣ୍ଡିଅା ପୋଷ୍ଟ ପେମେଣ୍ଟସ ବ୍ଯାଙ୍କର ସଞ୍ଚୟ ଖାତା ଜମାରେ ୨.୭୫ ମିଳୁଛି l  ତେଣୁ କ୍ରିୟାନୁଷ୍ଠାନ ପରିଷଦ ପକ୍ଷରୁ ଏହି ଆଦେଶ ଉଚ୍ଛେଦ ପାଈଁ ଦାବୀ ହୋଈ ଥିବା ବେଳେ ବିଭାଗ ଏଥି ପ୍ରତି କର୍ଣ୍ଣପାତ କରୁନାହିଁ ଯାହା କର୍ମଚାରୀଙ୍କୁ ହଈରାଣରେ ପକାଈଛି l
ତେଣୁ ଆଜି ଏହାର ପ୍ରତିବାଦ ମଧ୍ୟ କରାଯାଉଛି l ଏହା ଛଡା କର୍ମଚାରୀଙ୍କୁ ଦରମା ଖାତା ଚୟନ ନିମନ୍ତେ  ସ୍ଵାଧୀନ ନିଷ୍ପତି ନେବା ପାଈଁ ପୂର୍ବରୁ ଦାବୀ କରାଯାଈଥିବା ବେଳେ ବିଭାଗୀୟ ଉଦାସୀନତାର ଆଜି ପ୍ରତିବାଦ କରା ଯାଉଥିବା ଅଭିଯୋଗ କରିଥିଲେ। ପ୍ରତିବାଦ ସଭାରେ ଆସିକା ପୋଷ୍ଟମାଷ୍ଟର କାହ୍ନୁ ଚରଣ ସାହୁ, ଡେପୁଟି ପୋଷ୍ଟମାଷ୍ଟର ସୀତାରାମ ପ୍ରଧାନ, ବ୍ୟବସାୟିକ କାର୍ଯ୍ଯନିର୍ବାହୀ ପ୍ରତାପ ଚନ୍ଦ୍ର ସ୍ଵାଈଁ, ଫେଡେରେସନ ଅଫ ନ୍ୟାସନାଲ ପୋଷ୍ଟାଲ ଅର୍ଗାନାଇଜେସନର କୋଷାଧ୍ୟକ୍ଷ ଅନିଳ କୁମାର ସାହୁ, ସହ ସୀମାଞ୍ଚଳ ମହାରଣା, ପ୍ରଭାତ କୁମାର ପ୍ରଧାନ, ଅନୀଲ  କୁମାର ମୁନୀ, କାମେଶ୍ଵର ବିଶ୍ଵାଳ, ସନ୍ଦୀପ କୁମାର ସାହୁ, ବି କୃଷ୍ଣମୂର୍ତ୍ତୀ ପାତ୍ର, ପ୍ରଭାକର ସ୍ଵାଈଁ, ଆଶିଷ ମୋହନ ଦାସ, ସଚ୍ଚିଦାନନ୍ଦ ସାହୁ ଆଦି ଉପସ୍ଥିତ ରହି ବିଭାଗୀୟ ନିର୍ଦ୍ଦେଶର ପ୍ରତିବାଦ କରିଥିଲେ

Leave A Reply