ବିିରିଡି, ୧୨ା୦୫ ; ମହାମାରୀ କରୋନା ଯୋଗୁଁ ବିରିଡି ବ୍ଲକର ବିଭିନ୍ନ ମୌଜାରେ ଆଖୁ ଚାଷ ପ୍ରଭାବିତ ହୋଇଛି । ଚଳିତ ବର୍ଷ ଶକ୍ତି ସୁଗାର କମ୍ପାନୀ ତରଫରୁ ଠିକ ସମୟରେ ଚାଷୀଙ୍କ ଆଖୁକୁ କାଟିକି ନେବା ଏବଂ ପରବର୍ତି ସମୟରେ ମହାମାରୀ କରୋନା ପାଇଁ ଚାରିଆଡେ ଲକଡାଉନ ହୋଇଯିବା ଫଳରେ ଚାଷିଙ୍କ ପାଇଁ ଘୋର ସମସ୍ୟା ଦେଖାଦେଇଛି । ହଳଦିଆପଡା ଗ୍ରାମର ସରତ ଚନ୍ଦ୍ର ଜେନା ପ୍ରତିବର୍ଷ ଭଳୀ ଚଳିତ ବର୍ଷ କଳନ୍ତିରା ମୌଜାରେ ପ୍ରାୟ ୩ ଏକରରୁ ଉର୍ଦ୍ଧ ଜମିରେ ଆଖୁ ଚାଷ କରିଥିଲେ ।
ଏହି ଆଖୁ ଚାଷ ପାଇଁ ଶକ୍ତି ସୁଗାର କମ୍ପାନୀ ମାଧ୍ୟମରେ ସ୍ଥାନୀୟ ବିରିଡି ରୋଡ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ୬୨ ହଜାର ଟଙ୍କା ରୁଣ କରିଥିଲେ । ରୁଣ ଆଣିଥିବା ସମସ୍ତ ଟଙ୍କାକୁ ହଳ କରିବା, ଆଖୁ ଲଗାଇବା, ଆଖୂ କୋଡା, ଖୁସା କରିବା, ସାର କିଟନାସକ ପକାଇବା, ଖରାଦିନେ ମଟର ଲଗାଇ ପାଣି ଦେବା ଆଦି କାର୍ଯ୍ୟରେ ଖର୍ଚ୍ଚ କରିଥିଲେ ।
ଅର୍ଥ ଖର୍ଚ୍ଚ କରିବା ଅନୁସାରେ ଆଖୁ ଗଛ ମଧ୍ୟ ଖୁବ ଭଲ ହୋଇଥିଲା । ଏହି ଆଖୂକୁ ଠିକ ସମୟରେ ଶକ୍ତି ସୁଗାର କମ୍ପାନୀ ତରଫରୁ ଯଦି କାଟି ନିଆଯାଇଥାନ୍ତା ତେବେ ବ୍ୟାଙ୍କ ରୁଣ ସୁଝିବା ସହ ନିଜର ପରିବାର ପୋଷଣ ପାଇଁ କିଛି ଅର୍ଥ ସଂଚୟ କରିପାରିଥାନ୍ତା । ମାତ୍ର ଏପର୍ଯ୍ୟନ୍ତ ଆଖୁ ନ ଯିବା ଯୋଗୁଁ ସେମିତି ଜମିରେ ଆଖୁ ଗଛ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି ।
ଚାଷି ନିଜର ଆଖୁ ଚାଷ ପାଇଁ କରିଥିବା ରୁଣ କିପରି ସୁଝିବେ ସେଥିପାଇଁ ମନସ୍ତାପରେ ଦିନ କାଟୁଥିବା ଚାଷି ଶ୍ରୀ ଜେନା କହିଛନ୍ତି । ଅନ୍ୟପଟେ ଜମିରୁ ଆଖୁ କଟା ଯାଇ ପାରୁନଥିଭାରୁ ଚଳିତ ଖରିଫ ରୁତୁରେ ଧାନ ଚାହ ହେବା ନେଇ ସନେ୍ଦହ ଦେଖାଦେଇଛି ।