Odisha news

କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ଦ୍ବାରା ୫.୫କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା

0

ମୁମ୍ବାଇ : ୫.୫କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା। କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ଦ୍ବାରା ସେ ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। କପିଲ ତାଙ୍କର ନୂତନ ଭ୍ୟାନିଟି ଭ୍ୟାନ୍ ଡିଜାଇନ୍ କରିବା ପାଇଁ ଛାବ୍ରିଆଙ୍କୁ ଆବଶ୍ୟକ ପରିମାଣ ପ୍ରଦାନ କରିଥିଲେ କିନ୍ତୁ ଛାବ୍ରିଆ ତାଙ୍କୁ ଟଙ୍କା ଫେରସ୍ତ ନକରିବା ସହ ଭ୍ୟାନିଟି ଭ୍ୟାନ୍ ମଧ୍ୟ ଦେଇନଥିଲେ। କାର୍ ଫାଇନାନ୍ସ ଏବଂ ନକଲି ରେଜିଷ୍ଟ୍ରେସନ୍ ରାକେଟ୍ ସଂପର୍କରେ ଡିସେମ୍ବର ୨୯ରେ ଲୋକପ୍ରିୟ କାର୍ ଡିଜାଇନରଙ୍କୁ ଗିରଫ କରାଯାଇଥିଲା। ଏହି ଖବର ପାଇବା ପରେ କପିଲ ଆଜି ମ୍ବାଇରେ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) କାର୍ଯ୍ୟାଳୟରେ ପହଞ୍ଚି ନିଜର ବୟାନ ରେକର୍ଡ କରାଇଥିବା ଜଣାପଡ଼ିଛି।

ଆଜି କପିଲ ମୁମ୍ବାଇର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) କାର୍ଯ୍ୟାଳୟରୁ ବାହାରୁଥିବାର ଦେଖାଯାଇଥିଲା। କାର୍ ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ସେ ମୁମ୍ବାଇ ପୁଲିସ କମିସନର ପରମ ବୀର ସିଂ ଏବଂ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) ର ଅଧିକାରୀଙ୍କୁ ଭେଟିଥିଲେ ବୋଲି ଜଣାପଡ଼ିଛି। ହାସ୍ୟ ଅଭିନେତା କପିଲ କହିଛନ୍ତି ଯେ, ଖବରକାଗଜରେ ଦିଲୀପ ଛାବ୍ରିଆଙ୍କ ଗିରଫଦାରୀ ବିଷୟରେ ପଢ଼ିବା ପରେ ସେ ମୁମ୍ବାଇ ପୁଲିସ କମିସନରଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ଏହାପୂର୍ବରୁ କପିଲ ମୁମ୍ବାଇ ପୁଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (ଇଓଡବ୍ଲ୍ୟୁ) ରେ ଛାବ୍ରିଆଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଛାବ୍ରିଆଙ୍କ ଭଳି ଅଭିଯୁକ୍ତର ଗିରଫ ଖବର ଶୁଣି ସେ ଖୁସିଥିବା କହିଛନ୍ତି।

Ad2
Leave A Reply