Odisha news

କପିଲ ଦେବଙ୍କୁ ହାର୍ଟ ଆଟାକ୍‌

0

ନୂଆଦିଲ୍ଲୀ, ୨୩ା୧୦ (ଏଜେନ୍ସି) : କିମ୍ବଦନ୍ତୀ ଭାରତୀୟ କ୍ରିକେଟର୍‌ କପିଲ ଦେବ ହାର୍ଟ ଆଟାକ୍‌ର ସମ୍ମୁଖୀନ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ (ଫୋର୍ଟିସ୍‌ ଏସ୍କଟ୍ସ ହସ୍ପିଟାଲ୍‌)ରେ ଭର୍ତ୍ତି କରାଯାଇଛି । ୬୧ ବର୍ଷୀୟ କପିଲ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବତନ କି୍ରକେଟର୍‌ ଅଶୋକ ମାଲ୍‌ହୋତ୍ରା କପିଲ ଦେବଙ୍କ ପନିୀ ରୋମିଙ୍କ ସହ କଥା ହୋଇଥିଲେ । କପିଲ ଦେବ ପୂର୍ବାପେକ୍ଷା ଭଲ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି ଅଶୋକ ମାଲହୋତ୍ରା କହିଥିଲେ । ଗୁରୁବାର ରାତିରେ କପିଲ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତରନ୍ତ ନୂଆଦିଲ୍ଲୀର ଓଖ୍‌ଲା ରୋଡ୍‌ ସ୍ଥିତ ଫୋର୍ଟିସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

Leave A Reply