Odisha news

ଆଇ .ଆଇ .ଟି ( I I T ) କାନପୁର ଛାତ୍ରଙ୍କ କମାଲ : ତିଆରି କଲେ ୪ କେଜିର ହେଲିକ୍ୟାପ୍ଟର

0

ନୂଆଦିଲ୍ଲୀ : IIT କାନପୁରର ଛାତ୍ର ଓ ପ୍ରଫେସର ମିଶି ମାତ୍ର ୪ କିଲୋ ଓଜନର ଅତ୍ୟନ୍ତ ହାଲୁକା ହେଲିକପ୍ଟର ନିର୍ମାଣ କରିଛନ୍ତି l ଏହାକୁ ବେଙ୍ଗାଲୁରୁରେ ଚାଲୁଥିବା ହାଇବ୍ରିଡ଼ ୟାରସୋ ୨୦୨୧ ରେ ପ୍ରଦର୍ଶନ କରାଯିବ l ୪ କିଲୋ ଓଜନର ଏହି ହେଲିକାପ୍ଟରର ପ୍ରମୁଖ ବିସେସତାରେ ଭର୍ତିକାଲ ଟେକଫ ସହିତ ସଠିକ ନାଭିଗେସନ ଇତ୍ୟାଦି ସାମିଲ ରହିଛି l ଦ୍ରୋନ ଭଳି ଦେଖା ଯାଉଥିବା ଏହି ହେଲିକ୍ୟାପ୍ଟରର ବ୍ୟବହାର ମେଡିକାଲ ସପ୍ଲାଇ ,CBRN ଡିଟେକ୍ସନ ଓ ରେସକ୍ୟୁ ଅପରେସନ ଇତ୍ୟାଦି ସାମିଲ ରହିଛି l

ଏୟାର ଇଣ୍ଡିଆ ୨୦୨୧ ସମାରୋହର ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ IIT କାନପୁରର ଅଧିକାରିକ ଟ୍ୱିଟର ହ୍ୟାଣ୍ଡଲ ଦ୍ୱାରା ନୂଆ ବିକଶିତ ହେଲିକ୍ୟାପ୍ଟର ବିଷୟରେ ଘୋଷଣା କରାଯାଇଥିଲା l ଦେଶର ମୁଖ୍ୟ ଏୟାର ସୋ ରେ ଏହାକୁ ପଦର୍ଶିତା କରାଯିବ l କେନ୍ଦ୍ର ସରକାର ଏୟାର ଇଣ୍ଡିଆର ସୋ ସମୟରେ ମଧ୍ୟ ସୈନ୍ୟଙ୍କ ଅସ୍ତ୍ରଶାସ୍ତ୍ର ଓ ଆତ୍ମ ନିର୍ଭର ଭାରତର ଆହ୍ୱାନକୁ ଆଗେଇ ନେବାରେ ସାହାଯ୍ୟ କରୁଛି l ଏହି କାରଣରୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ କମ୍ପାନୀକୁ ସରକାର ତେଜସ ଫାଇଟର ଜେଟ ପାଇଁ ୪୮ ହଜାର କୋଟି ତାଙ୍କର ଆଦେଶ ଦେଇଛନ୍ତି l

Leave A Reply