ପ୍ରାୟ ସମସ୍ତ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର ହେବ ଏକ ସାଧାରଣ କାର୍ଯ୍ୟ ,ସୋରିଷ ତେଲ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ସ୍ୱାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ ଅଟେ l ଆଜିକାଲି ବଜାରରେ ବିଭିନ୍ନ କିସମର ସୋରିଷ ତେଲ ମିଳୁଛି ,କିନ୍ତୁ ସେଗୁଡିକୁ ବ୍ୟବହାର କରିବା ଅପେକ୍ଷା ଶୁଦ୍ଧ ଘଣା ସୋରିଷ ତେଲ ବ୍ୟବହାର କରିବା ଅତ୍ୟନ୍ତ ଲାଭ ଦାୟକ ଅଟେ l ସୋରିଷ ତେଲ ଖାଇବା ବ୍ୟତୀତ ପୂଜା ପଥରେ ମଧ୍ୟ ବ୍ୟବହାର କରାଯାଇଥାଏ ଏବଂ ପୁରୁଣା ଯୁଗରେ ସୋରିଷ ତେଲକୁ ଔଷଧୀୟ ଗୁଣରେ ଭରପୁର ହୋଇଥିବା କାରଣରୁ ବ୍ୟବହାର କର ଯାଉଥିଲା l
* ସୋରିଷ ତେଲ ସେବନ କରିବା ଦ୍ୱାରା ପାଚନ ଶକ୍ତି ସୁସ୍ଥ ରହିଥାଏ l ଭୋକକୁ ବଢାଇବା ସହିତ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ l
* ସୋରିଷ ତେଲରେ ଥାଇମିଂନ ,ଫୋଲଡ ଓ ନିୟସିଂ ଅନେକ ମାତ୍ରାରେ ରହିଛି ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ l ସୋରିଷ ତେଲ ମାଲିସ ହେବ ଦ୍ୱାରା ଶରୀରକୁ ସତେଜତା ମିଳିଥାଏ l
* ସୋରିଷ ତେଲ ଦାନ୍ତ ଯନ୍ତ୍ରଣା ଓ ପାଇରିଆ ପାଇଁ ଲାଭ ଦାୟକ ଅଟେ l ଯଦି ଆପଣ ଦାନ୍ତ ଯନ୍ତ୍ରଣାର ସମସ୍ୟାରେ କଷ୍ଟ ପାଉଛନ୍ତି ତେବେ ସୋରିଷ ତେଲରେ ଲୁଣ ଓ ହଳଦୀ ମିଶାଇ ଦାନ୍ତକୁ ମାଲିସ କରନ୍ତୁ l
* ଥଣ୍ଡା ହୋଇ ଯଦି ଆପଣ କଷ୍ଟ ପାଉଛନ୍ତି ଓ ନାକ ଖୋଲୁନାହିଁ ତେବେ ଦୁଇ ବୁନ୍ଦା ଦେଶୀ ସୋରିଷ ତେଲ ନାକରେ ପକାଇବା ଦ୍ୱାରା ଆରମ୍ଭ ମିଳିଥାଏ l ସୋରିଷ ଟେଲର ମାଲିସ ଦ୍ୱାରା ମାଂସପେଶୀ ମଧ୍ୟ ମାଝବୁତ ହୋଇଥାଏ l
* ଶ୍ୱାସ ରୋଗରେ ଯଦି ଆକ୍ରାନ୍ତ ଅଛନ୍ତି ତେବେ ଗର୍ମ ସୋରିଷ ତେଲରେ କର୍ପୁର ପକାଇ ମାଲିସ ହେବ ଦ୍ୱାରା ଶ୍ୱାସ ରୋଗରୁ ଆରମ୍ଭ ମିଳିଥାଏ l