Odisha news

କଙ୍ଗାରୁ କୋର୍ଟ ଦ୍ଵାରା ନିର୍ଯ୍ୟାତିତ ଦୁଇ ପରିବାର ଶେଷରେ ଜୀବନ ବିକଳରେ ପାଳଲହଡାଛାଡିଲେ

0

ଗତ ସୋମବାର ଠାରୁ ପୁଅ ଝିଅଙ୍କ ସାମାନ୍ୟ ଭୂଲ ପାଇଁ ରାତି ଅଧରେ ଗାଆଁରେ ବସିଥିବା କଙ୍ଗାରୁ କୋର୍ଟ ଦ୍ଵାରା ଘରୁ ତଡାଖାଇ ଅତି ଦୟନୀୟ ଅବସ୍ଥାରେ ଭୋକ ଉପାସରେ ୪ ଦିନକାଳ ଆସି ଗାଆଁ ମୁଣ୍ଡ କେନାଲ ହୁଡାରେ ଗଛମୂଳେ ମୁକ୍ତାକାଶ ତଳେ ରହିବା ପରେ ପୁନଶ୍ଚ କଙ୍ଗାରୁ କୋର୍ଟ ର ତାଡନା ଓ ଚାପରେ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଉକ୍ତ ସ୍ଥାନରୁ ସେମାନେ ଆଜି ବଡି ଭୋରରୁ ଗାଆଁ ଛାଡି ସମଲ ଥାନା ଅନ୍ତର୍ଗତ ଗୋଡିବନ୍ଧ ଇଟାଭାଟିକୁ ସମସ୍ତ ଆସଵାଵପତ୍ର ଧରି ଦାଦନ ଖଟିବାକୁ ପଳେଇ ଥିବାର ଜଣାପଡିଛି । ଆଜି ଆମ ପ୍ରତିନିଧି ଯାଇ ଗତକାଲି ଥିବା ସ୍ଥାନରେ ସେମାନଙ୍କ ନପାଇ ଏକ ନବନିର୍ମିତ ବିଜୁ ପକ୍କାଘରେ ଆଶ୍ରୟ ଦେଇଥିବା ସମ୍ପୃକ୍ତ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାରୁ ସେମାନେ ପୋଲିସ ଚାପରେ ଯଦିଓ ଏକ ଵୈଠକ ଗତକାଲି ଡକାଇଥିଲେ, ହେଲେ ସେଇ ବୈଠକରେ ନିର୍ଯ୍ୟାତିତ ଦୁଇ ପରିବାରକୁ  ଥାନାରେ ଦରଜ କରିଥିବା ଏତଲା କୁ ପ୍ରତ୍ୟାହାର କରିଆଣିବାକୁ ବାଧ୍ୟ କରିଥିଲେ ଏବଂ ଏ ଅଞ୍ଚଳରେ ରହିଲେ ଜିଅନ୍ତା ଜାଳିଦେଵା ଘଟଣା କୁ ପ୍ରତ୍ୟାହାର ପାଇଁ ଚାପ ପକାଇଥିଲେ ।ଫଳରେ ନିଜ ଜୀବନକୁ ସୁରକ୍ଷା ଦେଵାକୁ ଯାଇ ତଥା ୪ଦିନ କାଳ ନିଆ ପାଣି ଓ ସମାଜ ଠାରୁ ଦୁରେଇ ରହିବା ପରେ ଖାଇବାକୁ ନପାଇ ବାଧ୍ୟ ହୋଇ ଶେଷରେ ଅନନ୍ୟୋପାୟ ହୋଇ ଆଶ୍ରୟ ନେଇଥିବା ବିଜୁ ପକ୍କାଘରୁ ମଧ୍ୟ ଜନୈକ ବିଜେପି ଆଦିବାସୀ ନେତା ଙ୍କ ସହାୟତା ରେ ସୁଦୂର ଗୋଡିବନ୍ଧ ଇଟାଭାଟିକୁ ଦାଦନ ଖଟିବାକୁ ପଳାଇଥିଲେ ।ସୂଚନାଯୋଗ୍ୟ ସେମାନଙ୍କ ପୁଅ ଗଣେଶ ସାମାଡ ଓ ତା ସ୍ତ୍ରୀ ତଥା ପୂର୍ବତନ ଝିଆରୀ ଫେରାର ହୋଇସାରିଥିବାବେଳେ ତାଙ୍କ ପରାଭଵ ଗଣେଶ ର ଵିଧଵା ମାଆ, ଦୁଇଟି ନାବାଳିକା ସ୍କୁଲ ପଢୁଆ ଭଉଣୀ ଏବଂ ଵଡଭାଇ, ଭାଉଜ ଓ କଅଁଳିଆ ଶିଶୁ ଦୁଇଟି ତଥା ଝିଅ ମୁକ୍ତା ସାମାଡର ବାପା ସାଧୁ ଓ ମାଆ ଏବଂ ଏକମାତ୍ର ଭାଇ ଭୋଗି ଆସୁଥିବା ବେଳେ ପୁନଶ୍ଚ ସେମାନଙ୍କୁ ପାଳଲହଡା ଅଞ୍ଚଳ ଛାଡିବାକୁ ପଡିଲା, କଙ୍ଗାରୁ କୋର୍ଟ ର ରାୟ ଓ ଚାପ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଖାମଖିଆଲ ତଥା ଅସହଯୋଗ ମନୋଭାବ ଯୋଗୁଁ ।ଏହା ବିରୁଦ୍ଧରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ଦୁଇପରିବାରକୁ ଫେରେଇ ଆଣିବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି ।

Ad2
Leave A Reply