Odisha news

ନୂତନ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଯୋଗଦାନ ରେ ସ୍ୱାଗତ ସମ୍ବର୍ଦ୍ଧନା

0
ନିଆଳି(ରାଜେଶ କୁମାର ଲେଙ୍କା):- କଟକ ଜିଲ୍ଲା ନିଆଳି ବ୍ଳକର କରାଙ୍ଗ ହାଇ ସ୍କୁଲ୍ ରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଯୋଗଦାନ ରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ବହୁ ଦିନ ପୂର୍ବରୁ  କରାଙ୍ଗ ଗ୍ରାମ ର ଅତିପ୍ରିୟ ଶିକ୍ଷକ ଅକ୍ଷୟ କୁମାର ନାୟକ ପ୍ରଧାନ ଶିକ୍ଷକ ଦାୟିତ୍ଵ ତୁଲାଇ ଆସୁଥିଲେ।
ଏଥି ମଧ୍ୟରେ ଅବସର ଗ୍ରହଣ କରିବା ପରେ ମଧ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦବୀ ଟି ଖାଲି ପଡିଥିଲା। ଏହି ବିଦ୍ୟାଳୟ ର ସହ ଶିକ୍ଷକ ପ୍ରଭାସ ଚନ୍ଦ୍ର ବାରିକ୍ ଙ୍କୁ ଅସ୍ଥାୟୀ ଭାବେ ଦାଇତ୍ୱ ହସ୍ତକ୍ଷେପ କରାଗଲା।ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ପଦୋନ୍ନତି ଅନୁସାରେ ନାହାଳ ପୂର୍ ବାଳିକା ବିଦ୍ୟାଳୟ ର ସହ ଶିକ୍ଷୟତ୍ରୀ ଉଷାରାଣୀ ଦାସ ଙ୍କୁ ସେଠାରୁ ପ୍ରଧାନ ଶିକ୍ଷୟତ୍ରୀ ପଦବୀକୁ ପଦୋନ୍ନତି ହୋଇ କରାଙ୍ଗ ହାଇ ସ୍କୁଲ୍ ରେ ନୂତନ ଭାବେ ସ୍ଥାୟୀ ପ୍ରଧାନ ଶିକ୍ଷୟତ୍ରୀ ପଦବୀରେ ନିଯୁକ୍ତି କରାଗଲା ।ତାଙ୍କ ଯୋଗଦାନ ରେ ଅଭିଭାବକ ,ଛାତ୍ର ଛାତ୍ରୀ ,ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ଓ କର୍ମଚାରୀ ମହଲରେ ଖୁସିର ଜୁଆର ଖେଳି ଯାଇଛି।ତାଙ୍କ ଯୋଗଦାନ ରେ ବିଦ୍ୟାଳୟ ର ଶିକ୍ଷକ ଅଭୟ କୁମାର ନାୟକ ,ଦୀପକ ରଞ୍ଜନ ବେଉରା, ମନମୋହନ ଦଳାଇ,କ୍ଷିରୋଦ କୁମାର ରାଉତ,କ୍ରୀଡା ଶିକ୍ଷକ ମହେଶ୍ବର ସାହୁ,ଶିକ୍ଷୟତ୍ରୀ ମାମାନିଶା ମହାରଣା , ସୁଜାତା ମଲ୍ଲିକ  ଏବଂ ବିଦ୍ୟାଳୟ ର କର୍ମଚାରୀ ପ୍ରମୁଖ  ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରମୁଖ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ହୃଦାନନ୍ଦ ବାରିକ୍,ବିପିନ ବେହେରା ଓ ବିପିନ ବିହାରୀ ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ।
Leave A Reply