Odisha news

କନ୍ଧମାଳରେ ତାପମାତ୍ରା ୪୧.୪ ଡିଗ୍ରୀକୁ ବୃଦ୍ଧି ଅସହ୍ୟ ଗରମ ,ରାସ୍ତାକଡରେ ନାହିଁ ପିଇବାପାଣି ଲୋକେ ହନ୍ତସନ୍ତ

0

ଫୁଲବାଣୀ :  ଆଜି କନ୍ଧମାଳ ଜିଲାର ତାପମାତ୍ରା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୧.୪କୁ ବୃଦ୍ଧି ପାଇଛି । ଗତକାଲିର ତାପମାତ୍ରା ୪୧ ଡିଗ୍ରୀ ପାଣିପାଗ ବିଭାଗ ଦ୍ୱାରା ରେକର୍ଡ କରାଯାଇଥିଲା । ଏହାପୁର୍ବରୁ ଚଳିତ ବର୍ଷ ଗରମ ଅନୁଭୁତ ହେଉଥିଲେ ମଧ୍ୟ ଏପରି ଅସହ୍ୟ ଭାବରେ ତାପମାତ୍ରା ବୃଦ୍ଧି ଘଟିନଥିଲା ସେଥିପାଇଁ ଜିଲାରେ ଲୋକେ ଗରମ ଅନୁଭବ ହେଉଛି ।

ଜିଲାରେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି । ଏହି ଅବଧି ମଧ୍ୟରେ ଗ୍ରାମାଂଚଳରୁ ଆସୁଥିବା ଲୋକେ ପିଇବାପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ପୁର୍ବ ବର୍ଷମାନଙ୍କ ଭଲି ଚଳିତ ବର୍ଷ ପୌରପରିଷଦ ପକ୍ଷରୁ ପିଇବା ପାଣିର ବ୍ୟବସ୍ଥା କରାଯାଇନାହିଁ ସେଥିପାଇଁ ଲୋକେ ପ୍ରଚଣ୍ଡ ଖରାରେ ପାଣିପାଇଁ ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳୁଛି ।

Leave A Reply