ଫୁଲବାଣୀ: ଆଜି ଭୋରରେ ରାଇକିଆ ଥାନା ଅଂଚଳରରେ ପୋଲିସ ଏକ ତେଲ ଟ୍ୟାଙ୍କରରୁ ୫୦ କିଗ୍ରା ଗଞ୍ଜେଇ ସମେତ ଟ୍ୟାଙ୍କରକୁ ଜବତ କରି ଚାଲାଣକାରୀ ଡ୍ରାଇଭରକୁ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣପଡିଛି ।
ସୁଚନା ଅନୁସାରେ ଆଜି କୌଣସି ସୁତ୍ରରୁ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ ରାୟଗଡାରୁ ତେଲ ଖାଲିକରି ବାଲିଗୁଡାରୁ ୩ଟି ବସ୍ତାରେ ଗଞ୍ଜେଇ ନେଇ ସେହି ରାସ୍ତାରେ ଖୋର୍ଦ୍ଧାଆଡକୁ ଯାଉଥିବା ଯାଉଥିବା ଖବର ପାଇ ସେହି ଅଂଚଳର ବେରେଡେକିଆ ରାସ୍ତାରେ ଅପେକ୍ଷା କରିଥିବାବେଳେ ଓଡି-୦୫-ଟି ୧୧୭୭ ନମ୍ବର ଥିବା ଟ୍ୟାଙ୍କରଟି ଆସିବାରୁ ସେହି ଟ୍ୟାଙ୍କରର ତଲାସି ନେବାପରେ ଡ୍ରାଇଭର ସିଟ ପଛପଟରେ ୩ଟି ବସ୍ତାରେ ଗଞ୍ଜେଇ ପୋଲିସକୁ ମିଳିଥିଲା ।
ଗାଡିର ଡ୍ରାଇଭର ଗୋଲଖବିହାରୀ ଦାସକୁ ଗିରଫ କରିଛି ପୋଲିସ । ରାଇକିଆ ତହସିଲଦାର ସାରଦାକାନ୍ତି ଦଳାଇଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରିବାପରେ ସେଥିରେ ୫୦ କିଗ୍ରା ଗଞ୍ଜେଇ ଥିବା ଜଣାପଡିଛି । ପୋଲିସ ରାଇକିଆ ଥାନାରେ ଏକ ମାମଲା ୨୮/୨୦ ରୁଜ୍ଜୁ କରିବାସହିତ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟଚାଲାଣ କରିଛି । ଡ୍ରାଇଭର ଗାଡିରେ ତେଲ ନେଇ ରାୟଗଡାରୁ ଫେରିବା ବାଟରେ ସେଥିରେ ଏହି ଗଞ୍ଜଇ ବୋଝେଇ କରି ଖୋର୍ଦ୍ଧା ଅଂଚଳକୁ ଚାଲାଣ କରିବାକୁ ନେଉଥିବା ପୋଲିସ ଆଗରେ କହିଛି ।