Odisha news

୪ଦଫା ଦାବୀ ପୁରଣ ନ ହେଲେ ମେସ୍କୋ ଶ୍ରମିକ ଓ କର୍ମଚାରୀମାନେ ଆନେ୍ଦାଳନକୁ ଓହ୍ଲାଇବେ

0

ଦାନଗଦୀ :  ୪ଦଫା ଦାବୀ ପୁରଣ ନ ହେଲେ ମେସ୍କୋ ଶ୍ରମିକ –କର୍ମଚାରୀମାନେ  ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଆଜି କାରଖାନା ପଦାଧିକାରୀକୁଂ କଡା ଚେତାବନୀ ଦେଇଛନ୍ତି । ଯାହାଫଳରେ କାରଖାନା ଫାଟକ ନିକଟରେ ଶ୍ରମିକ-କର୍ମଚାରୀମାନେ ମେଳି ବାନ୍ଧିଥିଲେ ।  ୪ଦଫା ଦାବୀ ମଧ୍ୟରେ ଗତ ଡିସେମ୍ବରୁ ଏଯାବତ ବକେୟା ଦରମା ପ୍ରଦାନ, ୧ବର୍ଷରୁ ଉର୍ଦ୍ଧ ବକେୟାଥିବା ଭବିଷ୍ୟନିଧି ପାଣ୍ଠି ଜମା କରିବା, ନୋ’ ୱାର୍କ ନୋ ପେ ଯଥାଶିଘ୍ର ପ୍ରତ୍ୟାହାର କରିବା, କାରଖାନାକୁ ତୁରନ୍ତ ଚାଲୁ କରିବା ରହିଛି ।

ଦାବୀ ସଂପର୍କରେ ବାରମ୍ବାର କାରଖାନା ପଦାଧିକାରୀକୁଂ ଅବଗତ କରାଯାଇଥିଲେ ମଧ୍ୟ ଏଯାବତ କୈାଣସି ସୁଫଳ ମିଳିନି । ଫଳରେ ଶ୍ରମିକ-କର୍ମଚାରୀକଂ ଠାରେ  ଅସନ୍ତୋଷ ବଢ଼ିବାରେ ଲାଗିଛି । ଯାହାଦ୍ୱାରାକି ଆଜି ପୁଣି ଶ୍ରମିକ-କର୍ମଚାରୀମାନେ ଉକ୍ତ ଦାବୀ ଗୁଡିକ ତୁରନ୍ତ ସମାଧାନ କରିବାକୁ  ମେସ୍କୋ ଡିଜିଏମ ବି.କେ.ଭରଦ୍ୱାଜ, ଏବଂ ବରିଷ୍ଠ ପ୍ରବନ୍ଧକ ସତିଶ ଜେନାକୁଂ ଲିଖିତ ଭାବେ ଜଣାଇ ଦେଇଛନ୍ତି ।

ଯଦି ଦାବୀ ଗୁଡିକ ପୁରଣ କରିବାରେ କାରଖାନା ପଦାଧିକାରୀ  ନୀରବ ସାଜନ୍ତି ତେବେ  ଶ୍ରମିକ-କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଧମକ ଦେବା ଘଟଣା କାରଖାନା ପଦାଧିକାରୀକଂ ଚିନ୍ତା ବଢ଼ିଯାଇଛି । କାରଣ ଦରମା ନ ମିଳିବାରୁ  ଶ୍ରମିକ-କର୍ମଚାରୀକଂ ଆର୍ଥୀକ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ମେସ୍କୋ ବଂଚାଅ ମିଳିତ ମଂଚର ଆଝାର ଅହମ୍ମଦ ଖାଁ, ମହମ୍ମଦ ଜାହେଦ, ସେକ୍ ସାବିର, ନରେନ୍ଦ୍ର ସାମଲ,ପ୍ରକାଶ ଜେନା ,ମାନସ ସାମଲକଂ ନେତୃତ୍ୱରେ ଆଜି ଶତାଧିକ ଶ୍ରମିକ-କର୍ମଚାରୀ ନିଜର ହକ ପାଇଁ କାରଖାନା ନିକଟରେ ମେଳି ବାନ୍ଧିଥିଲେ ।  ଯଦି କାରଖାନା ପଦାଧିକାରୀ ଦାବୀ ଗୁଡିକ ପ୍ରତି ନୀରବ ସାଜନ୍ତି  ତେବେ ମେସ୍କୋ ବଂଚାଅ ମିଳିତ ମଂଚ ରାଜରାସ୍ତାକୁ ଓହ୍ଲାଇବ ବୋଲି କାରଖାନା ପଦାଧିକାରୀକୁଂ ଧମକ ଦେଇଛନ୍ତି ।

Leave A Reply