Odisha news

କନ୍ଧମାଳ ଜ଼ିଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ପଟା ବୋଝଇ ଗାଡି ସହ ଦୁଇ ଜଣ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ବନାଞ୍ଚଳ ର ପୂଜା ଘାଟି ନିକଟରେ ଶନିବାର ବେଲଘର ବନ ବିଭାଗ ଚଢ଼ାଉ କରି ଏକ ପିକଅପ ଗାଡି ରୁ ଅଶିଏ ଖଣ୍ଡ ଶାଳ ପଟା ଜବତ କରିଛି |ବେଲଘର ରେଞ୍ଜର ବିଦ୍ୟାଧର ଜାନୀ ଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନରେ ଗୁଛୁକା ଗାଁ ରୁ ତୁମୁଡିବନ୍ଧକୁ ଚୋରା ଚାଲାଣ ବେଳେ ଅଶିଏ ଖଣ୍ଡ ପିଆଶାଳ ପଟା ଜବତ କରିଥିଲେ l  ଏ ନେଇ ବେଲଘର  ବନବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରିବା ସହ ପଟା ବୋଝେଇ ଗାଡି ସହ ଡ୍ରାଇଭର ଓ ହେଲପର କୁ ଗିରଫ କରିଛି  l  ଗିରଫ ଦୁଇ ଜଣ ତୁମୁଡିବନ୍ଧ ର ମଦୁଆ ନାୟକ ଓ ଉଗ୍ରେସନ ନାୟକ l ଏହି ପଟା  ଚୋରା ଚାଲାଣ ରେ କିଛି ଅସାଧୁ କାଠ ବେପାରୀଙ୍କ ସଂପୃକ୍ତି ଥିବା ନେଇ ବନ ବିଭାଗ ସନ୍ଦେହ କରୁଛି l ଏ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ବିଷୟ ରେଞ୍ଜର ଶ୍ରୀଜାନୀ ସୂଚନା ଦେଇଛନ୍ତି |

Comments are closed.