Odisha news

କନ୍ଧମାଳ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗୋଟିଏ ପ୍ରସବଯାନ ଓ ଇ-ରିକ୍ସା ଲୋକାର୍ପିତ

0

ଫୁଲବାଣୀ,୧୫/୦୩ ଆଜି କନ୍ଧମାଳ ଜିଲା କୋଟଗଡ ବ୍ଳକ ଅନ୍ତର୍ଗତ ସୂବର୍ଣ୍ଣଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ ପ୍ରସବ ଯାନ ଲୋକାର୍ପିତ ହୋଇଛି ଏହାସହିତ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ପ୍ରସ୍ରୁତି ମାନଙ୍କ ପାଇଁ ନୁଆଦିଲ୍ଲି ନୋଇଡାର ଆରଇସିପିଡିସିଏଲ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଇ-ରିକ୍ସାକୁ ମଧ୍ୟ ଲୋକାର୍ପିତ କରାଯାଇଛି ।

ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜିଲାପରିଷଦ ସଭାଗୃହଠାରେ କନ୍ଧମାଳ ଜିଲାପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଏବଂ ଜିଲାପାଳ ଡ.ବୃନ୍ଦା ଡିଙ୍କ ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡା ବିଧାୟକ ଚକ୍ରମଣି କହଁର ଏବଂ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ରହି ପତାକା ଦେଖାଇ ଏହି ଦୁଇଟି ସେବା ପ୍ରଦାନକାରୀ ଯାନର ଲୋକାର୍ପଣ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପ୍ରସବଯାନ ଜିଲାର ସୂବର୍ଣ୍ଣଗିରି ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳର ଶ୍ରୀରାମପୁର,ଜୁବାଗୁଡା,ଓରା,ଗୁଗୁରୁମାହା,ମାର୍ଲାଙ୍ଗ ଏବଂ ସୂବର୍ଣ୍ଣଗିରି ସମେତ ଆଖପାଖ ଅଂଚଳର ୨୨ ହଜାରରୁ ଅଧିକ ଜନସାଧାରଣଙ୍କୁ ସେବା ପ୍ରଦାନ କରିବ ସେହିପରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ ଚାଳିତ ଓ ପ୍ରଦୁଷଣ ମୁକ୍ତ ଇ-ରିକ୍ସା ଗୁରୁତର ରୋଗୀ ଏବଂ ଅକ୍ଷମ ବ୍ୟକ୍ତି ମାନଙ୍କୁ ଡାକ୍ରଖାନା ପରିଷରରେ ଯାତାୟାତରେ ସହାୟତା କରିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟ କହିଛନ୍ତି ।

Leave A Reply