Odisha news

ଖଜୁରିପଡା ଆର୍ ନୁଆଗାଁରେ କନ୍ଧ ଗୌଡ ସମାଜର ସମ୍ମିଳନୀ

0

ଫୁଲବାଣୀ,୧୫ା୦୩ ଆଜି କନ୍ଧମାଳ ଜିଲା ଆର ନୁଆଗାଁରେ ଥିବା ପ୍ରଧାନସାହିଠାରେ କନ୍ଧଗୌଡ ସମାଜ ସେବାସମିତି ଫିରିଙ୍ଗିଆର ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସମାଜର ସଭାପତି ପ୍ରେମାନନ୍ଦ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ କରୋନା ଭୁତାଣୁ ସମ୍ପର୍କିତ ସଚେତନତା କରାଯାଇଥିଲା ।

ଏହି ସଭାରେ ଜିଲାର ୧୨ ଟି ବ୍ଳକର କନ୍ଧଗୌଡ ସମାଜର କର୍ମକର୍ତା ମାନେ ଯୋଗ ଦେଇଥିଲେ । ସରକାର କରୋନା ଭୁତାଣୁ ବିଷୟରେ ସବୁସ୍ତରରେ ସଚେତନ କରାଉଥିବା ବେଳେ ସମସ୍ତ ଜନସାଧାରଣ ସେହି ଅନୁସାରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକୁ ମାନି ଚଳିବାପାଇଁ ଉପସ୍ଥିତ ସମସ୍ତ କର୍ମକର୍ତା ଏବଂ ସଦସ୍ୟ ମାନଙ୍କୁ ସୁଚନା ପ୍ରଦାନ କରାଯିବାସହିତ ନିଜନିଜ ଅଂଚଳରେ ଲୋକଙ୍କ ଏହି ସଂକ୍ରାନ୍ତରେ ସଚେତନ କରାଇବାପାଇଁ ଅନୁରୋଧ କରାଯାଇଥିଲା ଏହି ବିଷୟରେ ସମାଜର ଉପଦେଷ୍ଠା ସତ୍ୟନାରାୟଣ ବେହେରା ମଧ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ।

ଏହାସହିତ ଗ୍ରାମର କେହି ଅନ୍ୟ ରାଜ୍ୟରୁ ଫେରିଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟରେ କୌଣସି ସନ୍ଦେହ ପରୀଲକ୍ଷୀତ ହେଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ଗୋଚରକୁ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ସମାଜର କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଏକ ଜମି ପ୍ରଦାନ ପାଇଁ ଅନୁରୋଧ କରାଯିବାସହ ସେଠାରେ ସମିତିର କାଯ୍ୟାଳୟ ପାଇଁ ଆଲୋଚନା କରାଯାଇଥିଲା ।

ସମାଜର ଲୋକଙ୍କପାଇଁ ସେମାନଙ୍କ ଜମି ପଟ୍ଟାରେ ଥିବା ଜାତିକୁ ସଂଶୋଧନ ପାଇଁ ସରକାରଙ୍କ ନିକଟରେ ଦାବୀ ରଖିବାପାଇଁ ଆଲୋଚନା କରାଯାଇଥିଲା । ସଭାରେ ସମାଜର ସମ୍ପାଦକ ବିଭିଷଣ ମାଝି,କୋଷାଧ୍ୟକ୍ଷ ନନ୍ଦକିଶୋର ବେହେରା,ମହିଳା ସଭାନେତ୍ରୀ କୁମୁଦିନି ବେହେରା,ସମ୍ପାଦିକା ରଞ୍ଜିତା ବେହେରା,ଖଜୁରିପଡା ଅଂଚଳର ଲୋକନାଥ ପ୍ରଧାନ,ନିର୍ମଳା ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.