Odisha news

କନ୍ଧମାଳ ଜିଲ୍ଲା ସିର୍ଲା ପଂଚାୟତର ଲିଙ୍ଗେମାହା ଗ୍ରାମ ସମେତ ୫ ଖଣ୍ଡ ଗାଁକୁ ୪ କିମି ରାସ୍ତା ନାହିଁ : ଅଂଚଳର ୪ ହଜାର ଲୋକଙ୍କ ପାଇଁ ଅପହଂଚ ଅନେକ ସୁବିଧା

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ପିଡାମାହାଠାରୁ ଲିଙ୍ଗେରମାହା ପର୍ଯ୍ୟନ୍ତ ଏବଂ ସେଠାରୁ ଆଗକୁ ରହିଥିବା ଗାଁ ବଙ୍ଗେରୀ,ୱାଟପାଙ୍ଗା ଓ ଗୁଡି୍ର ଭଳି ଆହୁରି ଛୋଟଛୋଟ ଗାଁକୁ ଭଲ ରାସ୍ତାନାହିଁ ଫଳରେ ସେଠାରେ ବସବାସ କରୁଥିବା ପ୍ରାୟ ୪ ହଜାରରୁ ଅଧିକ ଲୋକେସେମାନଙ୍କର ନିତିଦିନର ବିଭିନ୍ନ ଅବଶ୍ୟକତା ପାଇଁ ସିର୍ଲା ପଂଚାୟତ କାର୍ଯ୍ୟାଳୟ ଏବଂ ତୁମୁଡିବନ୍ଧ ଓ ବାଲିଗୁଡାକୁ ଯାଇ ଥାଆନ୍ତି । ସେମାନଙ୍କର ଗାଁକୁ କଚ୍ଚା ରାସ୍ତା ରହିଥିଲେ ମଧ୍ୟ ସେଠାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଆସିବାକୁ ପଡେ ସିର୍ଲା କିମ୍ବା ତୁମୁଡିବନ୍ଧ ଓ ବାଲିଗୁଡାକୁ ।

ଏହି ଗ୍ରାମର ଲୋକଙ୍କୁ ବର୍ଷାଖରା ସବୁଋତୁରେ ଏହି କଚ୍ଚା ରାସ୍ତାରେ ଚାଲିଚାଲି ଆସିଥାଆନ୍ତି ସିର୍ଲା ପଂଚାୟତକୁ ପିଡିଏସ ଚାଉଳ ଓ କିରୋସିନ ନେବାକୁ ଏହି ସବୁ ଅଂଚଳରେ କେବଳ ଲିଙ୍ଗାମାହା ଗ୍ରାମରେ ରହିଛି ଗୋଟିଏ ସ୍କୁଲ ସେଠାକୁ ମଧ୍ୟ ବର୍ଷା ଦିନରେ କାଦୁଅ ପଚପଚରେ ଶିକ୍ଷକ ମାନେ ଆସନ୍ତି ପିଲାଙ୍କୁ ପାଠପଢାଇବାକୁ । ବଙ୍ଗେରୀ,ୱାଟପାଙ୍ଗା ଓ ଲିଙ୍ଗେରମାହାରେ ଅଙ୍ଗନବାଡି କେନ୍ଦ୍ର ରହିଛି ସେଠାକୁ ପିଲାମାନେ ଓ ଅଙ୍ଗନବାଡି କର୍ମିମାନେ ମଧ୍ୟ ସେହିପରି କାଦୁଅ ପଚପଚରେ ଆସନ୍ତି ପିଲାଙ୍କ ଜତ୍ନ ନେବାକୁ ।

ସେହି ଅଂଚଳରେ ଲୋକଙ୍କର ପିଈବା ପାଣି ପାଇଁ  ମଧ୍ୟ କୌଣସି କୁଅ କିମ୍ବା ନଳକୁଅ ନାହିଁ କାରଣ ସେଠାକୁ ବଡ ଗାଡି ଯାଇପାରୁନାହିଁ ସେଥିପାଇଁ ଏହି ସୁବିଧା ମଧ୍ୟ ହୋଇପାରୁନାହିଁ । ଏହି ଅଂଚଳରେ ଥିବା ୪ କିଲୋମିଟର ରାସ୍ତାକୁ ପକ୍କା ରାସ୍ତା କରିବାକୁ ଦାବୀ କରିଛନ୍ତି ସେହି ଅଂଚଳର ଲୋକେ ।

 

Leave A Reply