କଣାସ,୧୫/୦୯/ : ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ନୂଆଗାଁ ଦୟାନଦୀ କୂଳରେ ଅଖା ମଧ୍ୟରେ ହାତ ଗୋଡ଼ ବନ୍ଧା ହୋଇ ରହିଥିବା ମୃତ ଯୁବତୀର ସବ ଉଦ୍ଧାରକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପରିଚୟ ମିଳିପାରିନାହିଁ ।ପ୍ରକାଶ ଥାଉକି ଗତ ବୁଧବାର ଦିନ ରାତି ୮ଟାରେ ନୂଆଗାଁ ଗ୍ରାମର ଦୟା ନଦୀ କୂଳରେ ଅଖା ମଧ୍ୟରେ ହାତ ଗୋଡ଼ ବନ୍ଧା ହୋଇ ରହିଥିବା ଏକ ଯୁବତୀର ମୃତ ଦେହକୁ ସ୍ଥାନୀୟ ଲୋକମାନେ ଦେଖି ଗଡ଼ିଶାଗୋଦା ଥାନାକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପୁରୀ ଏସ୍ପି ଡ଼ଃ କନୱାର ଭିସାଲସିଂ ଗାଡ଼ିଶାଗୋଦା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ପହଞ୍ଚି ସବ ଜବତ କରିବା ସହିତ ବେବଛେଦ ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।ଯୁବତୀଙ୍କ ମୃତ ଦେହ ବେବଛେଦ ପରେ ଚିହ୍ନଟ ପାଇଁ ସବ ସଂରକ୍ଷଣ ସ୍ଥାନରେ ରଖା ଯାଇଛି । ଗଡ଼ିଶାଗୋଦା ଥାନା ପକ୍ଷରୁ ମୃତ ଯୁବତୀର ଚିହ୍ନଟ ପାଇଁ ବିଭିନ୍ନ ଥାନାକୁ ଖବର ଦିଆ ଯିବା ସହ ଯଦି କୌଣସି ବେକ୍ତିଙ୍କର ଏ ସମ୍ପର୍କରେ ଅଭିଯୋଗ ଥାଏ ଗଡ଼ିଶାଗୋଦା ଥାନାକୁ ଜଣାଇବା ପାଇଁ ଥାନା ପକ୍ଷରୁ କୁହାଯାଇଛି ।ଏନେଇ ଗଡ଼ିଶାଗୋଦା ଥାନା ପକ୍ଷରୁ ୧୬୯/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୩୦୨/୨୦୧ ଆଇପିସିରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ସୂଚନା ଦେଇଛନ୍ତି ।