କଣାସ ୨୮/୦୮/୨୦୨୨ : ପୁରୀ ଜିଲ୍ଲା କଣାସ ବ୍ଲକରେ ଦୁଇ ଦୁଇଟି ଘାଇ ହେବା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।ଏଥିରେ ବ୍ୟାପକ ପରିମାଣରେ ଲୋକମାନଙ୍କର କ୍ଷେୟକ୍ଷତି ହୋଇଥିଲା । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ ପ୍ରଦାନ କରାଇଛି ।ହେଲେ ବିଜିପୁର ପଞ୍ଚାୟତରେ ଏହାର ଅନୀୟମିତତା ହୋଇଥିବା ଗୁରୁତର ଅଭିଯୋଗ ହୋଇଛି ।ଖବର ନେବାରେ ଜଣାପଡିଛିଯେ ବ୍ଳକ୍ ରୁ ଆସିଥିବା ରିଲିଫ ଓ ପଲିଥିନ ବଣ୍ଟନରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଅନିୟମିତତା କରିଥିବା ନେଇ ଲୋକମାନେ ଅଭିଯୋଗ ଆଣିଛନ୍ତି ।ବିଜିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତାପ ଜେନାଙ୍କ ନେତୃତ୍ଵରେ ୱାଡ ସଭ୍ୟ ସଭ୍ୟାମାନେ ଓ ଶତାଧିକ ବନ୍ୟା ବିପନ୍ନ ଜଗନାଥ ସଡ଼କକୁ ଅବରୋଧ କରିଥିଲେ ।ସେମାନଙ୍କର ଅଭିଯୋଗ ରହିଛି ଯେ ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ଏବଂ ପଲିଥିନ ଆଣି କିଛି ଲୋକଙ୍କୁ ବଣ୍ଟନ କରି ପ୍ରକୃତରେ ଯେଁଉ ହିତାଧିାରୀମାନେ ପାଇବା କଥା ସେମାନେ ପାଇ ନାହାଁନ୍ତି । ଦଳୀୟ ଭିତିରେ ରିଲିଫ୍ ବଣ୍ଟନ କରାଯାଇଛି ।ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦଳମତ ନିର୍ବିଶେଷରେ ଉପଯୁକ୍ତ ହିତାଧିକାରୀଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉ ।
