Odisha news

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

0

ବୁଗୁଡ଼ା : ତା ୨୮/୦୮/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି  । ଗୁରୁତର ଜଣକ ବୁଗୁଡ଼ା ଏନଏସି ଅନ୍ତର୍ଗତ କୃଷ୍ଣଶରଣପୁର ଶାସନର ରାମେଶ୍ଵର ମାହୁନ୍ତ । ପ୍ରକାଶ ଯେ , ଆଜି ଅପରାହ୍ନରେ ରାମେଶ୍ଵର ବେଲଗୁଣ୍ଠାରୁ ମୋଟାବାଡ଼ି ରାସ୍ତା ଦେଇ ବାଇକରେ ଗାଁକୁ ଫେରୁଥିଲା ବେଳେ ରେଡି ମିଲ୍ ନିକଟ ଏକ ବୁଲାଣି ରାସ୍ତାରେ ସାମନା ପଟୁ ଆସୁଥିବା ମୋଟାବାଡ଼ି ଗ୍ରାମର ଶଙ୍କର ନାଇକଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରାମେଶ୍ଵରଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା । ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା  । ଅନ୍ୟପକ୍ଷରେ ପୋଲିସ ଘଟଣା ସ୍ଥଳରୁ ଉଭୟ ବାଇକକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

Nalco
Leave A Reply