Odisha news

ଖୋଲୁନି ମଣ୍ଡି ସାଗମାଛ ଦରରେ ଧାନ ବିକୁଛନ୍ତି ଚାଷି

0

କଣାସ : ଅମଳ ପରେ ଏବେ ଚାଷୀକୁ ଧାନ ବିକ୍ରିକରିବା ଚିନ୍ତା। ମଣ୍ଡିରେ ଧାନ ବିକିବାର ସୁଯୋଗ ପାଉନାହାନ୍ତି ଚାଷୀ । ଗାଁରେ ଦଲାଲଙ୍କ ସହାୟତାରେ  ଶାଗ ମାଛ ଦରରେ ଚାଷୀ ଠାରୁ ଧାନ କିଣୁଛି ଆନ୍ଧ୍ର ବ୍ୟବସାୟୀ । ସେପଟେ ଚାଷୀଙ୍କ ଠାରୁ ଧାନ କିଣିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବୀ କରିଛନ୍ତି କୃଷକ ସଂଗଠନ ।ଚାଷ ଜମି ଓ ଘର ପିଣ୍ଡାରେ ପଡି ରହିଛି ବସ୍ତା ବସ୍ତା ଧାନ । ଅମଳ ପରେ ଏବେ ଚାଷୀକୁ ଘାରିଛି ଧାନ ବିକିବା ଚିନ୍ତା।  କଣାସ ବ୍ଲକରେ ଯେତିକି ମଣ୍ଡି ଆଛି ଅନେକ ମଣ୍ଡି ସଠିକ ଭାବରେ ଖୋଲି ନଥିବା ଯୋଗୁଁ  ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମାତ୍ର ପଞ୍ଜିକରଣ କରିବା ପାଇଁ ଚାଷୀ ମାନଙ୍କୁ କୌଣସି ସୂଚନା ଦିଆଯାଇନଥିବାରୁ  ଅଧିକାଁଶ ଚାଷୀ ପଞ୍ଜିକରଣ କରିନଥିବା କହିଛନ୍ତି । କେତେକ ଚାଷୀ ଟୋକନ ପାଇ ସେମାନଙ୍କର ଧାନ ବିକ୍ରି କରି ପାରୁନଥିବା ବେଳେ କେତେକ ପଞ୍ଜିକରଣ ସମସ୍ୟା ନେଇ ସେମାନଙ୍କର ଧାନ ବିକ୍ରି କରିପାରୁନଥିବା ଅଭିଯୋଗ କରିଛନ୍ତି । ବିନ୍ଧଣ ଓ ଖଣ୍ଡହତା ଦୁଇଟି ପଞ୍ଚାୟତର ଚାଷୀମାନେ ସୁହାଗପୁର ସୋସାଇଟି ଉପରେ ନିର୍ଭର କରୁଥିବା ବେଳେ ଉକ୍ତ ସେବା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ କିଣୁନଥିବା ଅଭିଯୋଗ ହୋଇଛି । ବିଶେଷକରି ବିନ୍ଧଣ ପଞ୍ଚାୟତର ହରଷପଡା,ମଳିସାହି,ଦାମୋଦର ପୁର,ଗୋଲରା,ବାଲିପଡା,ବିନ୍ଧଣ ଆଦି ଗ୍ରାମର ଅନେକ ଚାଷିଙ୍କର  ଅମଳ କରିଥିବା ବସ୍ତା ବସ୍ତା ଧାନ ଏବେ ଘର ବାରଣ୍ଡା ଓ ଚାଷ ଜମି ରେ ପଡିରହିଥିବା ବେଳେ  ଏହାର ସୁଯୋଗ ନେଇ ଗାଁ ଗାଁ ରେ ଦଲାଲ ସକ୍ରିୟ ହୋଇ ଶାଗ ମାଛ ଦର ରେ ଚାଷୀମାନଙ୍କ ଠାରୁ ଧାନ କିଣୁଛନ୍ତି ଆନ୍ଧ୍ର ବ୍ୟବସାୟୀ । ସେପଟେ ଧାନ ବିକ୍ରି ହୋଇ ପାରୁନଥିବା ଯୋଗୁଁ ବାଧ୍ୟ ହୋଇ ଶାଗ ମାଛ ଦରରେ ବିକିବାକୁ ପଡୁଛି ବୋଲି ଚାଷୀ ଅଭିଯୋଗ କରିଛି । ଅନ୍ୟପଟେ କଣାସ ଅଂଚଳରେ ଧାନ ଚାଷ କରି ଚାଷୀ ତାର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ମଣ୍ଡିରେ ଧାନ ବିକ୍ରି କରିନପାରି ବେଶ କ୍ଷତି ସହୁଛି ଚାଷୀ, ମଣ୍ଡିରେ କୁଇଣ୍ଟାଲ ପିଛା ୨୧୮୫ଟଙ୍କା କିଣା ଯାଉଥିବା ବେଳେ ଗାଁ ଗହଳିରେ ରେ ୧୬ସହରୁ ୧୮ସହ ଟଙ୍କା ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଜିଲ୍ଲାପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେଇ ଚାଷୀ ମାନଙ୍କର ସମସ୍ୟା ସମାଧାନ କରିବା ଦିଗରେ ଚାଷୀ ପାଖରେ ଥିବା ଧାନ କିଣୁ ଵୋଲି ଦାବୀ କରିଛି ନିଳାଚଳ କୃଷକ ସଂଗଠନର ଉଗ୍ରସେନ ବିଶ୍ଵାଳ ।ଚାଷୀର ପିଛା ଛାଡୁନି ସମସ୍ୟା, କେତେ ବେଳେ ଅମଳ ଚିନ୍ତାତ ପୁଣି ଅମଳ ପରେ ବିକ୍ରି କରିବା ଚିନ୍ତା, କିନ୍ତୁ ସମସ୍ୟା ସମାଧାନ ପରିବର୍ତ୍ତେ ଚାଷୀର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚାଷୀ ପାଖରେ ଥିବା ଧାନ ଚାଷୀ କିଭଳି ବିକ୍ରି କରିପାରିବ ସେ ନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବା ପାଇଁ ଚାଷୀ ମାନେ ଦାବିକରିଛନ୍ତି।

Ad2
Leave A Reply