Odisha news

ତୁଟିଲା ବିବାଦ ସତ୍ୟବାଦୀ ରୁ ସଞ୍ଜୟ ବ୍ରହ୍ମଗିରି ରୁ ଉମା

0

କଣାସ,୨୦/୦୩/ :ସାଧାରଣ ନିର୍ବାଚନ ପାଇଁ ବିଗୁଲ୍ ବାଜିସାରିଛି ପୁରୀ ସଂସଦୀୟ କ୍ଷେତ୍ରରେ ମେ ମାସ ୨୫ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ସେଥି ପାଇଁ ସରଗରମ ହୋଇ ଉଠିଛି ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ।ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରୁ କିଏ ପ୍ରାର୍ଥୀ ହେବ ବୋଲି ଦୀର୍ଘଦିନ ହେବ  କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସତ୍ୟବଦୀରୁ ସଞ୍ଜୟ କୁମାର ଦାସବର୍ମା ଓ ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ ପ୍ରାର୍ଥୀ ହେବା ନେଇ ଏକ ପ୍ରକାର ଚୁଡ଼ାନ୍ତ ହୋଇସାରିଛି । ସେଥି ପାଇଁ ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ , ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ କିଭଳି ତୃଣମୂଳ ସ୍ତରରୁ ସଂଗଠନ ମଜବୁତ୍ ରହିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।ବିଜେଡି ନେତୃମଣ୍ଡଳୀ  ମଧ୍ୟ କଥା ଦେଇଥିଲେ ଷଷ୍ଠଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି  । ସେହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ  ପୁରୀର ଏକ ହୋଟେଲରେ ବିଜେଡିର ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ସଞ୍ଜୟ କୁମାର ଦାସବର୍ମା , ଉମାକାନ୍ତ ସାମନ୍ତରାୟ,ଜିଲ୍ଲା ସଭାପତି ଦିବାକର ପାତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ବସି ବ୍ରହ୍ମଗିରିର ଶତାଧିକ ବିଜେଡି ନେତା ଓ କର୍ମୀଙ୍କ ସହ ସାଂଗଠାନିକ ଆଲୋଚନା  ହୋଇଥିଲା ।ଗୋଟିଏ ମଞ୍ଚରେ ସଞ୍ଜୟ ଓ ଉମଙ୍କୁ ଦେକହିବାକୁ ମିଳିଥିଲା ।ଏଥିରୁ ଜଣାପଡ଼ୁଥିଲା ଦୁଇ ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ ଏକ ଦମରେ ପ୍ରସ୍ତୁତ ଅଛନ୍ତି ଉଭୟ ନେତା ।କିଭଳିଭାବେ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ବ୍ରହ୍ମଗିରି ବିଜୁ ଜନତା ଦଳର ସଂଗଠନ ସୁଦୃଢ଼ ହେବ ସେ ବିଷୟରେ ରଣ କୌଶଳ ଏକ ପ୍ରକାର ପ୍ରସ୍ତୁତ ହୋଇଥିଲା ।ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ବ୍ରହ୍ମଗିରି ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପସ୍ଥିତିରେ ସତ୍ୟବାଦୀ ଓ କଣାସର ବିଜୁଜନତା ଦଳର ଆଗଧାଡିର ନେତା ଓ କର୍ମୀଙ୍କ ସହ ପ୍ରଣବ ପ୍ରକାଶ  ଦାସ ସଂଗଠନ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ଆଗାମୀ ଦିନରେ କିଭଳି ଭାବେ ସତ୍ୟବାଦୀରେ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସଂଗଠନ ସୁଦୃଢ଼ ହେବ ସେ ବିଷୟରେ ଆଲୋଚନା ହୋଇଥିଲା ।କର୍ମୀମାନେ ମଧ୍ୟ କଥା ଦେଇଥିଲେ ଆମ୍ଭେ ସମସ୍ତେ ମିଳିମିଶି କାର୍ଯ୍ୟକରି ସତ୍ୟବାଦୀର ବିକାଶ ଧାରାକୁ ଆଗେଇ ନେବା ସହ ବିଜୁ ଜନତା ଦଳର କିଭଳି ବିଜୟ ହେବ ଦିନରାତି ଏକ କରି କାର୍ଯ୍ୟ କରିବୁ ।

IEC 2 years
Leave A Reply