Odisha news

କରୋନା ପ୍ରଭାବରେ ୭୨ଘଣ୍ଟା ସ୍ୱାସ୍ତ୍ୟକେନ୍ଦ୍ର ବନ୍ଦ ରହିଲା

0

କଣାସ-୦୪/୦୯/୨୦ : ପୁରୀ ଜିଲ୍ଲା କଣାସସ୍ଥିତ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରରେ ମୁଖ୍ୟ ଡାକ୍ତରଙ୍କ ସହ ୭ଜଣ ମେଡିଆକାଲ କର୍ମଚାରୀ କରୋନା ଟେଷ୍ଟରେ ଗତକାଲି ଗୁରୁବାର ଧରାପଡିବା ପରେ କଣାସ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିସ୍ୟାଧିକାରୀଣୀ  ଡ଼ିଆର ସୁଜାତା ମିଶ୍ର ୭୨ଘଣ୍ଟା ପଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ଫଳରେ ଶତାଧିକ ରୋଗୀ ସେବନପାଇ ନାହିଁନଥିବା ହଇରାଣ ହରକତ ହେଉଛନ୍ତି। ପ୍ରକାଶ ଯେ କଣାସ ଅଂଚଳରେ ଭୟାବହ ବନ୍ୟାଯୋଗୁ ଅଦ୍ୟାବଧି ୬ଗୋଟି ଗ୍ରାମ ପଞ୍ଚାୟତ ର ପ୍ରାୟ ୩୦ହଜାର ଲୋକେ ବନ୍ୟାଜଳ ଘେରି ମଧ୍ୟରେ ରହିଛନ୍ତି। ପ୍ରତିଦିନ ବନ୍ୟାବିପର୍ଣ୍ଣ ରୋଗୀ ମାନଙ୍କୁ ଚିକିସ୍ୟା କରିବା ପାଇଁ କଣାସ ଗୋଷ୍ଠି କେନ୍ଦ୍ରର କର୍ମଚାରୀ ମାନେ ଡଙ୍ଗା ମାଧ୍ୟମରେ ଔଷଧ ନେଇଯାଇଥାନ୍ତି।

ମାତ୍ର ଆଜିଠାରୁ ଆଉ ସେଭଳି ରୋଗୀସେବା ଦେଖାଯିବନାହିଁ। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ୱାସ୍ତ୍ୟସେବା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିବାରୁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଉଛି। କଣାସ ବ୍ଲକର ୨୮ଗୋଟି ଗ୍ରାମ ପଞ୍ଚାୟତର ୧ଲକ୍ଷ ୬୦ହଜାର ଲୋକେ ମୁଖ୍ୟତଃ ଏହି କଣାସ ଗୋଷ୍ଠି ସ୍ୱାସ୍ତ୍ୟକେନ୍ଦ୍ର ଉପରେ ଭରଷା କରିଚଳନ୍ତି। ଦୟାନଦୀର ପଶ୍ଚିମ ପଟେ ବନ୍ୟାର ଭୟଙ୍କର ରୁପ ଦେଖିବାକୁ ମିଳିଥିବା ବେଳେ ଦୟାନଦୀର ପୂର୍ବ ଭାଗରେ ପିପିଲି ଅଞ୍ଚଳ ପଟୁ କାଜପାଣି ମାଡିଆସିଥିବାରୁ ଭୁବନେଶ୍ୱର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଣି ଘେରରେ ରହିଛି। ଫଳରେ କୌଣସି ଜରୁରୀକାଳୀନ ଅବସ୍ଥା ଠପ ହୋଇଯାଇଛି। କେବଳ ନୁଆ ଜଗନ୍ନାଥ ସଡକ ଦେଇ ଚନ୍ଦନପୁର,ପୁରୀ ଓ ଭୁବନେଶ୍ୱର କୁ ଯିବା ସମ୍ଭବ ହେଉଛି। ଏପଟେ ଖୋର୍ଦ୍ଧା କୁ ସଂଯୋଗ କରୁଥିବା ବଡ଼ପୁଟ ଓ ମନ୍ଦାରବସ୍ତ ରାସ୍ତା ଜଳମଗ୍ନ ହେଇଯିବାରୁ ହଜାର ହଜାର ଲୋକ ଜଳଘେରିରେ ରହିଛନ୍ତି।

କେବଳ ଡଙ୍ଗା ଦ୍ୱାରା କଣାସ କୁ ଆସିଲେ କଣାସ ଠାରୁ ଦୟାନଦୀ ବନ୍ଧରେ ୫ନମ୍ବର ରାଜପଥ କୁ ଲୋକମାନେ ଆସିପାରିବେ। ଗତ ୩ଦିନ ଧରି କଣାସ ଡାକ୍ତରଖାନା ର ଟେକ୍ନିସିଆନ ଙ୍କ ଦ୍ଵାରା ଟେଷ୍ଟ ପରେ ଆୟୁଷ ଡାକ୍ତର ବିଶ୍ୱରଞ୍ଜନ ଜେନା,ଡାକ୍ତର ଭାର୍ଗବ ମହାଲିକି ଫିମେଲ କୋଭିଡ଼ ଚିହ୍ନଟ ହେବାପରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିଆକେରା ସ୍ୱାସ୍ତ୍ୟକର୍ମୀ ପ୍ରଶାନ୍ତ କୁମାର ଜାଲି, କଣାସ ଗୋଷ୍ଠି ସ୍ୱାସ୍ତ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ସୌଭାଗ୍ୟ ରଞ୍ଜନ ଜେନା,ଫର୍ମାଶିଷ୍ଟ ଦୁର୍ଗା ପ୍ରସାଦ ବେହେରା ଓ ଏଏନଏମ ଗୀତାଞ୍ଜଳି ସାମନ୍ତରାୟ କୋଭିଡ଼ ଭାବେ ଚିହ୍ନଟ ହୋଇ ହୋମ କରେଣ୍ଟାଇନ ରେ ରହିଛନ୍ତି। କଣାସ ଫାୟାର ଷ୍ଟେସନ ପକ୍ଷରୁ ମେଡିକାଲ ପ୍ରତେକ ଗୃହ ସାନିଟାଇଜ କରାଯାଇଛି। ତତ୍ସହିତ କଣାସ ମେଡିକାଲ ତରଫରୁ ବାରମ୍ବାର ଏହି ଗୋଷ୍ଠୀ ସ୍ୱାସ୍ତ୍ୟ ସାନିଟାଇଜ କରାଯାଉଛି। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଚିକିସ୍ୟା ନିମନ୍ତେ ନୂତନ ଡାକ୍ତର ଓ ସ୍ୱାସ୍ତ୍ୟ କର୍ମଚାରୀ ଙ୍କୁ କଣାସ ଅଞ୍ଚଳ ସେବାପାଇଁ ତୁରନ୍ତ ପଠାଯିବାକୁ ମୁଖ୍ୟ ଚିକିସ୍ୟାଧିକାରିଣୀ ଅଞ୍ଚଳ ଦାବି ଜଣାଇଛନ୍ତି।

Nalco
Leave A Reply