ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ପୂର୍ବ ଶତ୍ରୁତା କୁ ନେଇ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗ୍ରାମ ର ନୁଆସାହି ର ନାଗାର୍ଜୁନ ଗୌଡ ଓରଫ ନାଗା(୨୨) କୁ କୋଳି ସାହି ରେ କିଛି ଯୁବକ ସଂଘବଦ୍ଧ ଭାବେ ମୁଣ୍ଡକୁ ବାରମ୍ବାର ମାରଣାସ୍ତ୍ରରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି।
ଗୁରୁବାର ରାତି ପ୍ରାୟ ୭ଟା ବେଳେ ନଳବଣ୍ଟା କୋଳି ସାହିରେ ମୃତ ନାଗା ଓ ତାର କିଛି ସହଯୋଗୀ ପହଞ୍ଚି ସାହିବାସୀ ଙ୍କୁ ଅଶ୍ରବ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ। ସେମାନେ ରବୀନ୍ଦ୍ର ନାଥ ମିଶ୍ର ଙ୍କୁ ଆକ୍ରମଣ ଉଦ୍ୟମ କରିବାସହ ବାସ ଗୃହ ରେ ଚଢାଉ କରି ତାଙ୍କ ପୁଅ ବିକ୍ରମ ଓ ଅନ୍ୟ କିଛି ଯୁବକ ଙ୍କୁ ଆକ୍ରମଣ ଉଦ୍ୟମ କରିବାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ନିକଟରେ ଏଥି ନେଇ ଅଭିଯୋଗ ହେବା ପାରେ ପୋଲିସ ଗ୍ରାମରେ ପହଞ୍ଚିବା ଦେଖି ନାଗା ଓ ତାହାର ସହଯୋଗୀ ମାନେ ଛତ୍ର ଭଙ୍ଗ ଦେଇଥିଲେ। ତେବେ ନାଗାର୍ଜୁନ ଗୌଡ଼ ଓରଫ ନାଗା(୨୦) ଉପରେ ରାତି ପ୍ରାୟ ୧୦ ଟା ବେଳେ କୋଳି ସାହି ରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା।
ଯୁବକ ମାନେ ଟାଙ୍ଗିଆ, କାତିରେ ନାଗାର୍ଜୁନର ମୁଣ୍ଡକୁ ହାଣିଥିଲେ। ଘଟଣାସ୍ଥଳରେ ତାର ମୁଣ୍ଡ ଚାରି ଫାଳ ହୋଇ ରକ୍ତର୍ଣାବ ହେବା ସହ ଦହି ବାହାରି ମୃତ୍ୟୁ ହୋଇଥିଲା। ହତ୍ୟା ଘଟଣା ପରେ ପରେ ସଂପୃକ୍ତ ସ୍ଥାନ ଜନଶୂନ୍ୟ ହୋଇପଡ଼ିଥିଲା। ମୃତକ ର ବଡ଼ ଭାଇ ବାସୁଦେବ ଗୌଡ଼ ଠାରୁ ସୂଚନା ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ , ଏସ ଡି ପି ଓ ସୂର୍ଯ୍ୟ ମଣି ପ୍ରଧାନ ସଶସ୍ତ୍ର ପୋଲିସ ସହ ନଳବଣ୍ଟା ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତକ ନାଗା ର ଶବ ଜବତ କରି ପଞ୍ଚନାମା ନିମନ୍ତେ ଆସିକା ଉପଖଣ୍ଡ ଚିକି୍ସାଳୟ କୁ ପଠାଇ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚଢାଉ ଅଭିଯାନ କରିଥିଲେ।ବାସୁଦେବ ଙ୍କ ଅଭିଯୋଗ କୁ ନେଇ ଥାନା କେସ ନଂ୪୪୪/୨୦ ରେ ହତ୍ୟା ମାମଲା ରୁଜୁ କରି ସଂପୃକ୍ତ ଜଣେ ନାବାଳକ ସମେତ ଜୀବନ ଗୌଡ, ଶ୍ରୀଧର ବିଷୋୟୀ,ବିକ୍ରମ ମିଶ୍ର ଚାରି ଜଣଙ୍କୁ ପୋଲିସ ଗିରଫ କରିଥିଲା।
ହତ୍ୟା ଘଟଣାରେ ବ୍ୟବହୃତ ଖଣ୍ଡା ଓ କାତି କୁ ମଧ୍ୟ ଦୁଇ ଅଭିଯୁକ୍ତ ଙ୍କ ଘରୁ ଜବତ କରାଯାଇଥିବା ଏସ ଡି ପି ଓ ଶ୍ରୀ ପ୍ରଧାନ ଆଜି ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେହିଭଳି କୋଳି ସାହିରେ ରବିନ୍ଦ୍ର ମିଶ୍ର ଙ୍କୁ ଆକ୍ରମଣ ଓ ଘର କବାଟ ଭାଙ୍ଗିବା ଉଦ୍ୟମ ତଥା ଗାଳି ଗୁଲଜ ଓ ଆତଙ୍କ ସୃଷ୍ଟି କରିବା ଅଭିଯୋଗ କୁନେଇ ଥାନା କେସ ନଂ ୪୪୩/୨୦ ରେ ମୃତ ନାଗା ତାର ବହୁ ସହଯୋଗୀ ମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏଥିରେ ସଂପୃକ୍ତ ଦୁଇ ନାବାଳକ ସମେତ ପାଞ୍ଚ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଏସ ଡି ପି ଓ ଶ୍ରୀ ପ୍ରଧାନ କହିଛନ୍ତି।
ମୃତ ନାଗା ର ଅସାମାଜିକ କାର୍ଯ୍ୟ କଳାପ ରେ ସଂପୃକ୍ତିଥିଲା ତା ନାମରେ ଆସିକା ଥାନା ରେ ପୂର୍ବରୁ ହତ୍ୟା ଉଦ୍ୟମ ଭଳି ଦୁଇଟି ଫୌଜଦାରୀ ମାମଲା ରହିଥିବା ପୋଲିସ ପ୍ରକାଶ କରିଛି। ନଳବଣ୍ଟା ରେ ଉଭୟ ଘଟଣା କୁ ନେଇ ଚାପା ଉତ୍ତେଜନା ରହିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିଥିବା ଓ ସମସ୍ତ ଅଭିଯୁକ୍ତ ଙ୍କୁ ଧରିବା କୁ ପ୍ରୟାସ ଚାଲିଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।