Odisha news

ବୁଗୁଡା ପ୍ରଶାସନର ଦୁର୍ନୀତି ବିରୁଦ୍ଧରେ ବିଜେପିର ଦାବୀପତ୍ର ପ୍ରଦାନ

0

ବୁଗୁଡ଼ା :-୪/୯ ବୁଗୁଡ଼ା ବ୍ଲକ୍ ତଥା ଏନ୍ ଏ ସି ରେ ହେଉଥିବା ବିଭିନ୍ନ ଦୁର୍ନୀତି ଓ ଅରାଜକତା ବିରୁଦ୍ଧରେ ଜିଲ୍ଲା ବିଜେପି ସଂଗଠନ ପକ୍ଷରୁ ଏକ ୮ ଦଫା ସମ୍ବଳିତ ଦାବୀପତ୍ର ବୁଗୁଡ଼ା ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲା ତଥା ରାଜ୍ୟ ପ୍ରସାଶନକୁ ପ୍ରଦାନ କରାଯାଇଛି। ମୁଖ୍ୟତଃ ଚଢା ଦରରେ ସାର ବିକ୍ରି କରିବା, ଚାଷୀଙ୍କୁ ବିକ୍ରି ବିଲ୍ ନଦେବା, ୨୬୬ ଟଙ୍କାର ସାରକୁ ୪୫୦ ଓ ୮୭୫ ଟଙ୍କାର ସାରକୁ ୯୫୦ ଦରରେ ବିକିବା ଜିଲ୍ଲା ବାହାରକୁ ଚାଲାଣ କରିବା, ଡିଲର୍ ମାନଙ୍କୁ ଘଣ୍ଟ ଘୋଡାଇବା, ବିହନ ଓ କୃଷି ଉପକରଣଙ୍କୁ କିଛି ମୁଷ୍ଟିମେୟଙ୍କ ବାଣ୍ଟିବା, ପ୍ରଧାନ ମନ୍ତ୍ରୀ କିଷାନ୍ ଯୋଜନାରେ ସାମିଲ୍ କରିବା ବେଆଇନ ବାଲି ଓ ପଥର ଚାଲାଣକୁ ରୋକିବା ଧାନର ଅଭାବୀ ବିକ୍ରି ବନ୍ଦ ସହିତ ପଞ୍ଜିକୃତ ଚାଷୀଙ୍କଠାରୁ ଧାନର ଅଭାବୀ ବିକ୍ରି ବନ୍ଦ ସହିତ ପଞ୍ଜିକୃତ ଚାଷିଙ୍କ ଠାରୁ ଧାନ ସଂଗ୍ରହ କରିବା, ଉପଯୁକ୍ତ ହିତାଧିକାରୀଙ୍କୁ ଗୃହପୋଯୋଗୀ ଜମି ଓ ପଟା ଯୋଗାଇ ଦେବା ମିଥ୍ଯା ଆରୋପ ଲଗାଇ ଚାଷିଙ୍କୁ ଗିରଫ କରିବା ଆଦି ବିଷୟ ଏହି ଦାବୀପତ୍ରରେ ସ୍ଥାନିତ କରାଯାଇଛି। ଏହି ଦାବୀପତ୍ର ପ୍ରଦାନ ବେଳେ ଘୁମୁସର ଜିଲ୍ଲା ଭାଜପା ସଭାପତି ଗୋକୁଳା ନନ୍ଦ ମଲ୍ଲିକ, ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଓ ତ୍ରିଲୋଚନ ସାହୁ, ନଗର ସଭାପତି ସୂର୍ଯ୍ୟନାରାୟଣ ମହାନ୍ତି, ଯୁବନେତା ପ୍ରଭାକର ପଣ୍ଡା, ପ୍ରାକ୍ତନ ନଗର ସଭାପତି ହରପ୍ରସାଦ ଦାଶ ସମେତ ବହୁ କର୍ମକର୍ତ୍ତା ଓ କର୍ମୀ ଏଥିରେ ଉପସ୍ଥିତ ଥିଲେ।

Nalco
Leave A Reply