୦୩/୦୩/୨୦୨୪- ଜାତୀୟ ପୋଲିଓ ଦିବସ କାର୍ଯ୍ୟକ୍ରମରେ ଆଜି କଣାସ ବ୍ଲକର ୮୦ ଟି ପୋଲିଓ ବୁଥରେ ୧୧୮୪୨ ଜଣ ଜନ୍ମରୁ ପାଞ୍ଚ ବର୍ଷୀୟ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆ ଯାଇଛି। ଭାରତ ପୋଲିଓ ମୁକ୍ତ ଥିଲେ ମଧ୍ୟ ପଡୋଶୀ ଦେଶରେ ଏବେବି ପୋଲିଓ ରୋଗ ଦେଖା ଯାଉଥିବାରୁ ଆଜି ସାରା ଭାରତରେ ପୋଲିଓ ବୁନ୍ଦା ଦିଆଯାଇଥିଲା। କଣାସ ବ୍ଲକର 120 ଜଣ ପୋଲିଓ କର୍ମୀ 78ଟି ବୁଥ ଓ ଦୁଇଟି ଟ୍ରାନଜିଟ ବୁଥରେ ପିଲାମାନଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦେଇଥିଲେ। ଏ ସମ୍ପର୍କରେ ଗତ ଏକ ତାରିଖରେ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ପ୍ରଭାତୀ ରାଉତଙ୍କ ସଭାପତିତ୍ୱରେ ବ୍ଲକ ଟାସ୍କ ଫୋର୍ସ ବୈଠକ ହୋଇ ସମସ୍ତଙ୍କୁ ପୋଲିଓ ଦେବା ପାଇଁ ଜଣ ସଚେତନତା ସୃଷ୍ଟି ହୋଇଥିଲା। ଫଳରେ ଆଜି ପ୍ରାୟ ପଞ୍ଚାନବେ ପ୍ରତିଶତ ପିଲା ବୁଥରେ ପୋଲିଓ ବୁନ୍ଦା ଖାଇଛନ୍ତି। ଏହି ପୋଲିଓ କାର୍ଯ୍ୟକ୍ରମରେ ଏଗାର ଜଣ ବୁଥ ସୁପରଭାଇଜର ଚାରିଜଣ ଭ୍ୟାକିସ ହ୍ୟାଣ୍ଡଲର କାର୍ଯ୍ୟକରୁଥିବା ବେଳେ ବ୍ଲକ ସ୍ତରରୁ ଡାକ୍ତର ରମେଶ ଚନ୍ଦ୍ର ବେହେରା, ଡାକ୍ତର ବିଶ୍ୱରଞ୍ଜନ ଜେନା, ଧନେଶ୍ୱର ସ୍ୱାଇଁ ଏବଂ ସ୍ଵର୍ଣ୍ଣଲତା ରଥ ପ୍ରମୁଖ ପୋଲିଓ ବୁଥ ଗୁଡିକୁ ବୁଲି ଦେଖିଥିଲେ। ଆସନ୍ତା ଦୁଇଦିନ ପୋଲିଓ କର୍ମୀମାନେ ଘରଘର ବୁଲି ଯାଞ୍ଚ କରିବେ ଏବଂ ଯଦି କୌଣସି ଶିଶୁ ପୋଲିଓ ବୁନ୍ଦା ଖାଇ ନଥିବେ ସେମାନଙ୍କୁ ଖାଇବାକୁ ଦେବେ।
ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଧନେଶ୍ୱର ସ୍ୱାଇଁ ଏବଂ କଳିଙ୍ଗ କୁମାର ଉପାଧ୍ୟାୟ ପରିଚାଳନା କରିଥିଲେ।