Odisha news

ଡିଜିପିଙ୍କ ସଭାସ୍ତଳ ପରିଦର୍ଶନ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସୁରକ୍ଷା ବ୍ୟବସ୍ତା ଯାଞ୍ଚ, ମୁତୟନ ରହିବେ ୬ଜଣ ଏସପିଙ୍କ ସହ ୩୨୦୦ ପୋଲିସବଳ

0

ଚଣ୍ଡିଖୋଲ :  ଆଉମାତ୍ର ଦିନକପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡିଖୋଲ ଗସ୍ତ ! ମର୍ଚ ୫ ତାରିଖ ଅପରାହ୍ନରେ ସ୍ୱତନ୍ତ୍ର ବିମାନଯୋଗେ ସେ ଚଣ୍ଡିଖୋଲରେ ପହଞ୍ଚିବେ! ଶ୍ରୀ ମୋଦିଜୀଙ୍କର ଏହା ସରକାରୀ ଗସ୍ତ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ନିର୍ବାଚନ ପୂର୍ବରୁ ତାଙ୍କର ଏହି ଗସ୍ତ ଓ ସାଧାରଣ ସଭାର ଆୟୋଜନ ହୋଇଥିବାରୁ ଏହା ରାଜନୈତିକ ଦୃଷ୍ଟି କୋଣରୁ ବେସ ଗୁରତ୍ୱ ବହନ କରୁଛି!ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ-ପାରାଦୀପ ୮ଲେନ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହ ହରିଦାସପୁର – ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ! ଏଥିସହ ତାଙ୍କ ଦ୍ୱାରା ୧୯ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଲାକାର୍ପଣ ଓ ଶିଳାନ୍ୟାସ ହେବବୋଲି ଜଣାପଡିଛି!ଏଥିପାଇଁ ଚଣ୍ଡିଖୋଲ ନିକଟ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ବଡଚଣା ନିର୍ବାଚନ ମଣ୍ଡଳୀର ବେଣାପୁର ପାଟ ପଡିଆରେ ପ୍ରାୟ ଦେଢଶହ ଏକର ପରିମିତ ସ୍ତାନରେ ସାଧାରଣ ସଭା ସହ ଶିଳାନ୍ୟାସ ଓ ଲୋକାର୍ପଣ ପାଇଁ ପୃଥକ ପୃଥକ ଦୁଇଟି ମଞ୍ଚ ଓ ତିନୋଟି ହେଲିପ୍ୟାଡ ପ୍ରସ୍ତୁତ ହୋଇଛି! ପ୍ରଧାନମନ୍ତ୍ରୀଙ୍କ ସଭାରେ ସମଗ୍ର ଉପକୂଳ ଓଡିଶାରୁ ଦେଢଲକ୍ଷରୁ ଉର୍ଦ୍ଧ୍ବ ଲୋକ ଯୋଗଦେବାକୁ ଲକ୍ଷ ରଖାଯାଇଥିବାରୁ ତାହାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ତାକୁ କଡାକଡି କରାଯାଇଛି! ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏସପିଜି ବାହିନୀ ସଭାସ୍ଥଳରେ ନିରନ୍ତର ଉପସ୍ଥିତ ରହି ସମସ୍ତ ସୁରକ୍ଷା ବ୍ୟବସ୍ତାକୁ ନଜର ରଖିଥିଲା ବେଳେ ରବିବାର ଦିନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣକୁମାର ଷଡ଼ଙ୍ଗୀଙ୍କ ସହ ଉଚ୍ଚ ପଦାଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଉପସ୍ଥିତ ବିଜେପି ନେତା ଅମର ନାୟକଙ୍କ ସହ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ! ଶ୍ରୀ ଷଡ଼ଙ୍ଗୀ ପୁରା ସଭାସ୍ତଳ ,ହେଲିପ୍ୟାଡ ଅଞ୍ଚଳ ଓ ଦୁଇ ପଟର ପ୍ରବେଶ ପ୍ରସ୍ତାନ ପଥକୁ ଅନୁଧ୍ୟାନ ପରେ ସୁରକ୍ଷା ବ୍ୟବସ୍ତାର ଯାଞ୍ଚ କରିଥିଲେ! ପରେ ଚଣ୍ଡିଖୋଲ ଢାକବଙ୍ଗଳାରେ ଏକ ସମିକ୍ଷା ବୈଠକରେ ଯୋଗଦେଇଥିଲେ! ଡିଜିପିଙ୍କ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସୁରକ୍ଷା ପାଇଁ ଯାଜପୁର ଏସପି ଭିନିତ ଅଗଳବାଲଙ୍କ ସହ ୫ଜଣ ଏସପି ଓ ୩ହଜାର ୨ଶହ ପୋଲିସ ମୁତୟନ ରହିବେ ! ଏଥିସହ ୫ଟି ବୋମା ନିଷକ୍ରିୟ ଦଳ,ସ୍ୱତନ୍ତ୍ର ବୈଷୟୀକ ତାଲିମ ପ୍ରାପ୍ତ ପୋଲିସ ଟିମ ମୁତୟନ ଳହିବେ!ସମଗ୍ର ଅଞ୍ଚଳକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ସହ ସଭା ସ୍ଥଳକୁ କୌଣସି ଦୁଇ ଓ ଚାରି ଚକିଆ ଯାନବାହାନ ପ୍ରବେଶ କରାଯିବ ନାହିଁ! ଏଥିସହ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ,ଅତିରିକ୍ତ ଡିଜି ଓ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ସମେତ ୧୦ ଜଣ ଉଚ୍ଚ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ!

Leave A Reply