ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି କମଲ ନାଥ ରାଜନୀତିରୁ ସନ୍ୟାସ ନେବାପାଇଁ ପରୋକ୍ଷରେ ସୂଚନା ଦେଇଛନ୍ତି। ଚିଣ୍ଡୱାରାରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ସେ ବର୍ତ୍ତମାନ ବିଶ୍ରାମ ନେବାକୁ ପ୍ରସ୍ତୁତ। ସେ କହିଛନ୍ତି ପଦ ପଦବୀ ପାଇଁ ତାଙ୍କର ଅଭିଳାଷ କିମ୍ବା ଲୋଭ ନାହିଁ।
ଏକ ରାଲିରେ ସମର୍ଥକଙ୍କ ସାମ୍ନାରେ କମଲ ନାଥ କହିଛନ୍ତି, “ମୁଁ ବିଶ୍ରାମ ନେବାକୁ ପ୍ରସ୍ତୁତ ହେଉଛି ” ମୋର କୌଣସି ଅଭିଳାଷ ନାହିଁ କିମ୍ବା କୌଣସି ପଦ ପଦବୀ ପାଇଁ ଲୋଭ ନାହିଁ। ମୁଁ ବହୁତ କିଛି ହାସଲ କରିସାରିଛି। ବର୍ତମାନ ସମୟରେ ମୁ ଘରେ ରହିବାକୁ ପ୍ରସ୍ତୁତ ହୋଉଛି l
ସୂଚନାଯୋଗ୍ୟ ଯେ କମଲ ନାଥଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ସମ୍ପ୍ରତି ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ଅନେକ କିଛି ହରାଇଛି। ପ୍ରଥମେ କମଲ ନାଥ ମଧ୍ୟପ୍ରଦେଶରେ ନିଜର ଶକ୍ତି ହରାଇଥିଲେ ଏବଂ ପରେ ଉପ-ନିର୍ବାଚନରେ କିଛି ବିଶେଷ କରିପାରିନଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।
କମଲ ନାଥଙ୍କ ଏହି ବିବୃତ୍ତି ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ତେବେ ଏହି ବିବୃତ୍ତି ମାଧ୍ୟମରେ ସେ ନିଜ ପଦ ଛାଡିବାକୁ କହୁଛନ୍ତି କିମ୍ବା ନିଜେ ରାଜନୀତିକୁ ବିଦାୟ ଦେବାକୁ ଇଙ୍ଗିତ କରୁଛନ୍ତି, ଏଥିରେ ସନ୍ଦେହ ରହିଛି।