କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଜୟପାଟଣା ଥାନା ଅଧୀନ ରେ ଥିବା ମହୁଳପାଟଣା ଘାଟି ରାସ୍ତା ରେ କିଛି ଅଜଣା ଦୁର୍ବୁର୍ତ୍ତ ଗତ ୧୦ ଡିସେମ୍ବର ସକାଳ ୮ଟା ସମୟରେ ରାୟଗଡ଼ା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି. କରଲ ଗାଁ ରୁ ଜୟପାଟଣା ଆରଏମସି ବଜାର କୁ ଗୋରୁ କିଣିବା ପାଇଁ ,OR-08-A-8826 ଯୋଗେ ଆସୁଥିବା ୪ ଜଣ ଗୋରୁ ବେପାରୀ ଙ୍କୁ ଆଠ ଜଣ ଦୁର୍ବର୍ତ୍ତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ କରିଥିବା ନେଇ ଜୟପାଟଣା ଥାନା ରେ ଅଭିଯୋଗ ହୋଇଥିଲା ଏହି ଅଭିଯୋଗ କୁ ଭିତ୍ତି କରି ଜୟପାଟଣା ଥାନାରେ କେଶ ନମ୍ବର ୩୬୪ ତାରିଖ ୧୦.୧୨.୨୦ ୩୯୫ ଆଇପିସିରେ ମାମଲା ରୁଜୁ ହୋଇଥିଲା।
ଏକ ଚାଂଚଲ୍ୟକର ଘଟଣା ହୋଇଥିବାରୁ କଳାହାଣ୍ଡି ପୋଲିସ ଆରକ୍ଷୀ ବି. ଗଙ୍ଗାଧର ଆଇପିଏସ ନିର୍ଦ୍ଦେଶ ମୁତାବକ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଙ୍କ ନେତୃତ୍ୱରେ ୭ଟି ଟିମ ଗଠନ କରି ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ମୁଦଳା ମାନଙ୍କୁ ଗିରଫ କରିବା ପାଇଁ କୋକସରା, ଗୋଳମୁଣ୍ଡା, ଜୁନାଗଡ଼, ଧର୍ମଗଡ଼ ସଦର ଓ ମଇଦଲପୁର ଥାନା ଅଞ୍ଚଳରେ ଛାନଭିନକରି ମୋଟ ୯ଜଣକୁ ଗିରଫ କରିଛି।
ପୋଲିସ ଲୁଟ ରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡ କୋକସରା ଥାନା ଅନ୍ତର୍ଗତ ଡାହଗା ଶିକ୍ଷକ ଅଲେଖ ଠାକୁର ସହ ଅନ୍ୟ ୮ ଜଣ ଙ୍କୁ ଧରିବାରେ ସଫଳତା ପାଇଛନ୍ତି।ସେମାନେ ହେଲେ ଶୋଭାବନ ନାଗ ରଂଗୀଗୁଡା, ଦେବରାଜ ସୁନାନୀ ବଡ଼ଖୁଣ୍ଟା,ଗଜିନ୍ଦ୍ର ବିହାରୀ ଗୋଳମୁଣ୍ଡା, ଅଲେଖ ଠାକୁର ଡହଗାଁ, କୁମ୍ଭନାଥ ଜଗତ ରଙ୍କାବାହାଲ,ମୁନା ଦୁର୍ଗା ଝାରବନ୍ଧ, ଜଗନ୍ନାଥ ନାଏକ ଜୁନାଗଡ଼, ଜିତେନ୍ଦ୍ର ହଂସ କନ୍ଧବ୍ରାହ୍ମଣୀଗୁଡା ର ବୋଲି ସୂଚନା ମିଳିଛି।
ଏହିର କୁମାର ନାଗସେମଲା। ଲୁଟ ହୋଇଥିବା ଟଙ୍କା ରୁ ୨ଲକ୍ଷ ୬୯ହଜାର ୮୦୦ଟଙ୍କା ଜବତ ହୋଇଛି। ତଥା ସେମାନେ ଲୁଟ ରେ ବ୍ୟବହାର କରିଥିବା ଚାରି ଗୋଟି ମଟର ସାଇକେଲ ,୧୧ଗୋଟି ମୋବାଇଲ, ଦୁଇଟି ଛୁରୀ ଓ ଦୁଇ ଗୋଟି ବାଡ଼ି ଜବତ ହୋଇଛି।ଆଜି ଜୟପାଟଣା ଥାନା ରେ ଏକ ପ୍ରେସ ମିଟ ରେ ଧର୍ମଗଡ ଏସ ଡି ପି ଓ ନାରାୟଣ ନାଏକ ଏହି ସୁଚନା ଦେଇଛନ୍ତି
