Odisha news

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ହେବାକୁ ଯାଉଛି ବିଲିପଡା ଗାଁ, ପ୍ରସ୍ତୁତି ଆରମ୍ଭ କଲେ ବିଧାୟିକା

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ଆଦର୍ଶ ଗ୍ରାମ ପାଇଁ ପ୍ରସ୍ତୁତି ଆରମ୍ଭ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ପଞ୍ଚାୟତର ବିଲିପଡା ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି। ମଂଗଳବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ବିଲିପଡା ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଫାଶୀ ସରପଞ୍ଚ ନବୀନ ଦଳେଇ, ବ୍ଲକ ସ୍ତରୀୟ ଅଧିକାରୀ ମାନେ ବିଲିପଡା ଗ୍ରାମକୁ ଯାଇ ଗ୍ରାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରିଛନ୍ତି। ପରିମଳ ବ୍ୟବସ୍ଥା, ଡ୍ରେନେଜ୍ ବ୍ଯବସ୍ଥା ସମେତ ବହୁ ମୌଳିକ ସୁବିଧା ଗୁଡିକ କିଭଳି ଭାବେ ତୁରନ୍ତ ଲାଗୁ କରାଯିବ ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟିକା। ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ଯେଉଁ ସବୁ ପଦକ୍ଷେପ ନିଆଯିବ ସେ ନେଇ ବିସୃତ ଭାବେ ଆଲୋଚନା ହୋଇଥିଲା। ଆଦର୍ଶ ଗ୍ରାମ ହେବା ପର୍ଯ୍ୟନ୍ତ ଅନବରତ ଭାବେ ଏହି ଗ୍ରାମକୁ ଫୋକସ୍ ରେ ରଖାଯିବ ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ ।
Nalco
Leave A Reply