Odisha news

ଗାଡିଆରେ ବୁଡ଼ି ୨ ବର୍ଷର ଶିଶୁ ମୃତ୍ୟୁ

0

ଜଗତସିଂହପୁର-ନାଉଗାଁ ଥାନା ବଛାଳ ଗାଁରେ ଅଘଟଣ । ଖେଳୁଥିବା ବେଳେ ପୋଖରୀରେ ବୁଡିଯାଇ ତିନି ବର୍ଷର ଶିଶୁପୁତ୍ର ମୃତ୍ୟୁ। ଚକୁଳିପଡା ଗାଁର ଚିତ ରଂଜନ ସାହୁଙ୍କ ପୁଅ ରୁଦ୍ର ପ୍ରସାଦ । ମାଆ ସହିତ ମାମୁଁ  ଘରକୁ ବୁଲିବାକୁ ଆସିଥିବା ବେଳେ ଅଘଟଣ । ସୂଚନା ଅନୁସାରେ ବଛାଳ ଗାଁର ରବିନ୍ଦ୍ର ସାହୁଙ୍କ ଝିଅ ମିତା ଜାମୁଗାଁ ପଞ୍ଚାୟତର ଚକୁଳିପଡ଼ାରେ ବିବାହ କରିଥିଲେ। ମିତା ବାପଘର ବଛାଳୋ ଗାଁକୁ ନିଜ ପୁଅକୁ ସାଙ୍ଗରେ ଆଣି ବୁଲିବାକୁ ଆସିଥିଲେ। ଗତକାଲି ମିତାଙ୍କ ପୁଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କିଛ଼ି ସମୟ ପରେ ପୁଅକୁ ଦେଖିବାକୁ ପାଇନଥିଲେ। ଫଳରେ ବହୁତ ଖୋଜା ଖୋଜି କରିଥିଲେ। କିଛ଼ି ଘଣ୍ଟା ପରେ ଗାଁ ପାଖରେ ଥିବା ବରୁଣେଇ ନିକଟ ଗାଡିଆରେ ପୁଅ ଭାସୁଥିବାର ଦେଖିବାକୁ ମିଳିଥିଲା। ମାମୁଁ ଘର ପକ୍ଷରୁ ଶିଶୁ ପୁତ୍ରକୁ ଗାଡିଆରୁ ଉଦ୍ଧାର କରି ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷାଣ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ବଛାଳୋ ଗାଁ ସମେତ ଚକୁଳିପଡାରେ ଶୋକର ଛାୟା ଖେଳିଯାଇଛି।

Nalco
Leave A Reply